ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :– ଭାରତ ସରକାରଙ୍କ ଯୁଗାନ୍ତକାରୀ ଶିକ୍ଷାନୀତି ‘ଜାତୀୟ ଶିକ୍ଷାନୀତି -୨୦୨୦କୁ କାର୍ଯ୍ୟକାରୀ କରିବା ଦିଗରେ ଏନ୍.ସି.ଇ.ଆର୍.ଟି, ବିଶେଷକରି ଏହାର ପ୍ରମୁଖ ଅଂଶବିଶେଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ଇକ ଯେଭଳି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ଏନ୍.ସି.ଇ.ଆର.ଟିର ନିର୍ଦ୍ଦେଶକ ପ୍ରଫେସରୀ ଦୀନେଶ ପ୍ରସାଦ ସକଲାନୀ ମତବ୍ୟକ୍ତି କରିଛନ୍ତି ।
ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ ଯେ, ଶିକ୍ଷା କେବଳ ନମ୍ବର, ସାର୍ଟିଫିକେଟ୍, ପାସ୍ଫେଲ୍ ବ୍ୟବସ୍ଥା ଭିତରେ ସଙ୍କୁଚିତ ବ୍ୟବସ୍ଥା ନୁହେଁ, ଏହା ଶିଶୁଟିକୁ ସାମ୍ରଗିକ ଭାବେ ବ୍ୟକ୍ତିରୁ ବ୍ୟକ୍ତିତ୍ୱ ଦିଗରେ ଅଗ୍ରସର କରାଇନିଏ, ଏହି ଅବସରରେ ସେ ପ୍ରତିଷ୍ଠାନର ବାର୍ଷିକ ମୁଖପତ୍ର ‘ପ୍ରତିବିମ୍ବ’ର ଉନ୍ମୋଚନ କରିଥିଲେ, ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱଗତ ସମ୍ଭାଷଣ ପ୍ରଦାନ କରି ଗତ ବର୍ଷକ ମଧ୍ୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ କୃତିତ୍ୱ ଉପରେ ଆଲୋକପାତ କରିଥିଲେ । ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା,

