
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଗଲ୍ଫ ଓଡ଼ିଆ ଆସୋସିଏସନ(ଗଓଆ) ର ଅଷ୍ଟମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗଓଆ ତରଫରୁ ଆୟୋଜିତ ମହୋତ୍ସବରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗଓଆର ପ୍ରବାସୀ ଓଡ଼ିଆ ସଦସ୍ୟ, ସେମାନଙ୍କର ପରିବାରବର୍ଗ ଓ ସମ୍ପର୍କୀୟ ମାନଙ୍କ ସହିତ ଆସି ଯୋଗ ଦେଇଥିଲେ।

