Home ଓଡ଼ିଶା ପୁରୀରେ ଭୂତଳ କେବୁଲ ବିଦ୍ୟୁତ ବ୍ଯବସ୍ଥାରେ ଅନିୟମିତତା ସଂପର୍କରେ ଆପ୍ ପକ୍ଷରୁ ଦାବିପତ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବସ୍ତରୀୟ ପୁରୀ ସହର । ଖୁବଶୀଘ୍ର ହେବ ମହାନଗର । ୨୦୧୫ ନବକଳେବର ସମୟରେ ପୁରୀ ବଡଦାଣ୍ଡରେ ଭୂତଳ କେବୁଲ ବିଦ୍ୟୁତ ବ୍ଯବସ୍ଥା ଆରମ୍ଭ ହୋଇଥିଲା । ବଡଦାଣ୍ଡ ସଂଲଗ୍ନ ସାହି ଗୁଡିକ ମଧ୍ଯ ଭୂତଳ ବିଦ୍ୟୁତ କେବୁଲ ସଂଯୋଗ ହେବା ପାଇଁ ଅର୍ଥ ବରାଦ ହୋଇସାରିଥିଲା । ଅନେକ ସ୍ଥାନରେ ଭୂତଳ କେବୁଲ ହୋଇଥିଲେ ମଧ୍ଯ ସାହି ଗୁଡିକରେ ଖୁଣ୍ଟ ଓ ବିଦ୍ୟୁତ ତାର ଝୁଲିବା ପର୍ଯ୍ୟଟକ ମାନେ ନାପସନ୍ଦ କରିଛନ୍ତି । ପୁରୀର ସୌନ୍ଦର୍ଯ୍ୟକରଣକୁ ଏହା କୁଠାରଘାତ କରୁଛି । ଯେଉଁ ସାହିରେ ଭୂତଳ କେବୁଲ କାମ ସରିଛି ସେଠାରେ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ । ଅଧିକାରୀଙ୍କ ଅବହେଳା ଯୋଗୁ ପୁରୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ବଡଦାଣ୍ଡ ସଂଲଗ୍ନ ସବୁ ସାହିରୁ ବିଦ୍ୟୁତ ଖୁଣ୍ଟ ଓ ତାର ଅପସାରଣ କରି ଭୂତଳ ବିଦ୍ୟୁତ କେବୁଲ କାର୍ଯ୍ୟକ୍ଷମ କରିବା ପାଇଁ ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ଟିପିସିଓଡିଏଲ ରମାକାନ୍ତ ସ୍ବାଇଁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଦେବା ସମୟରେ ଦେବ ପ୍ରଧାନ, ସରୋଜ ଜେନା, ବିଭୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content Odisha Assembly Witness Tense Scenes Over MMDR Act and Textbook Blunders; BJP Slams Opposition Walkout Naveen Patnaik left Assembly by Proprietor Abhimanyu Maharana September 22, 2026 ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ by Proprietor Abhimanyu Maharana September 22, 2026 Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026