ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :- ବାଲିଗୁଆଲି ସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟି ଚ୍ୟୁଟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ଼ା. ବାବୁଲା ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ଵ ସ୍ତନ୍ୟପାନ ସପ୍ତାହରେ ସ୍ତନ୍ୟପାନ ର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ମୟୂରଭଞ୍ଜ କଲେଜ ଅଫ ନର୍ସିଂ ର ଅଧ୍ୟକ୍ଷା ମଧୁସ୍ମିତା ରଥ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ ବୋଲି କହିଥିଲେ ।

ସ୍ଥାୟୀ ସହାୟତା ବ୍ୟବସ୍ଥା ଗଠନ ବିଷୟରେ ଛାତ୍ର ଛାତ୍ରୀଙ୍କୁ ସଚେତନତାର ବାର୍ତ୍ତା ଜନାଭିମୁଖି କରିବା ନିମନ୍ତେ ବାର୍ତ୍ତା ଦେଇଥିଲେ । ବିଶେଷ ଅତିଥି ରୂପେ ଯୋଗଦେଇ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ନରହରି ମିଶ୍ର ସମାଜରେ ସ୍ତନ୍ୟପାନ ର ଗୁରୁତ୍ଵ ଏବଂ ସ୍ତନ୍ୟପାନ ଦ୍ଵାରା ଉଭୟ ଶିଶୁ ଓ ମା ର ହେଉଥିବା ଶାରୀରିକ ବିକାଶର ଗଠନ ସମ୍ଵନ୍ଧରେ ଜଣାଇଥିଲେ ।

ପ୍ରିୟଙ୍କା ଦେବୀ କଲେଜ ଅଫ ନର୍ସିଂ ର ଅଧ୍ୟକ୍ଷା କମଳା ପଣ୍ଡା ପୌରହିତ୍ୟ କରିଥିଲେ । ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଂ ର ଅଧ୍ୟକ୍ଷା ପାର୍ବତୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଆଲୋଚନାଚକ୍ରରେ ନେଇଥିଲେ । ଅଧ୍ୟାପିକା ସସ୍ମିତା ସାହୁ ଓ ସହଅଧ୍ୟାପିକା ସୋନାଲି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ସଚେତନତା ମୂଳକ ନାଟକ ମଞ୍ଚସ୍ଥ କରାଯାଇଥିଲା ।

Exit mobile version