Home ଓଡ଼ିଶା ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆଜି ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡା ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୧୧୯ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୮୧ ଗୋଟି ବ୍ୟକ୍ତି ଗତ,୩୦ ଗୋଟି ଗ୍ରାମ ସମ୍ବନ୍ଧୀୟ ଓ ୮ ଗୋଟି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କରେ ରହିଥିଲା।୪ଜଣ ଙ୍କୁ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୧୯ ହଜାର ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଥିଲା। ତତକ୍ଷଣାତ ୫ଗୋଟି ର ସମାଧାନ କରାଯାଇଥିଲା।ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଡିଆଇବି ଅତିରିକ୍ତ ଏସ ପି ଦେବୀ ପ୍ରସାଦ ପ୍ରତାପ, ସିଡିଏମଓ ଡା ଅକ୍ଷୟ ଶତପଥୀ, ଡିଏସପି ତାରା ଜସ୍ମିନ ଗୁରିଆ,ସଦର ବିଡିଓ ସମ୍ବିତ ଶତପଥୀ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ମନୀଷା ଷଡ଼ଙ୍ଗୀ, ବିବେକାନନ୍ଦ ସାହୁ, ସହଦେବ ସାହୁ, ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ, ଭାରପ୍ରାପ୍ତ ଅଭିଯୋଗ ଶୁଣାଣୀ ଅଧିକାରୀ ପଞ୍ଚାନନ ପରିଜା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଅଗଷ୍ଟ ୧୧ତାରିଖରେ ବ୍ରହ୍ମଗିରି ବ୍ଲକ ସମ୍ମିଳନୀ କକ୍ଷରେ, ୧୮ ତାରିଖରେ ସତ୍ୟବାଦୀ ବ୍ଲକ ସମ୍ମିଳନୀ କକ୍ଷରେ ଓ ଅଗଷ୍ଟ ୨୫ ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଦିବା ୧୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଅଭିଯୋଗ ପ୍ରକୋଷ୍ଠ ସୂତ୍ରରୁ ପ୍ରକାଶ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026 ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 4, 2026 ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ by Proprietor Abhimanyu Maharana August 4, 2026