
ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ମାହାଙ୍ଗା :– କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ପ୍ରମୁଖ ମହାବିଦ୍ୟାଳୟ ଜବାହାରଲାଲ ନେହେରୁ କଲେଜର +ଦୁଇ କଳା ଓ ବାଣିଜ୍ୟ ବିଭାଗରେ ପ୍ରଥମ ସ୍ଥାନ ରେ ଉତୀର୍ଣ୍ଣ ହୋଇ କଲେଜରେ ଟପ୍ପର ହୋଇଥିବା ଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସ୍ଥାନୀୟ ପିକେ ଟିଉଟୋରିଆଲ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି, ଏହି ଟିଉଟୋରିଆଲର ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଶିକ୍ଷୟତ୍ରୀ ରଶ୍ମିତା ଖୁଣ୍ଟିଆ ଯୋଗଦେଇ ଜବାହରଲାଲ ନେହେରୁ କଲେଜ +ଦୁଇ କଳା ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ନଂ ରଖି ଟପ୍ପର ହୋଇଥିବା ଛାତ୍ରୀ ମାମାଶ୍ରୀ ଜେନା ଓ ପଙ୍କଜ ବରାଳଙ୍କୁ ପୁଷ୍ପଗୁଛ ଓ ଉପହାର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ,
ସେହିପରି କଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୋନାଲି ନାୟକ, ମମତା ବେହେରା ନର୍ମଦା ମହାରଣା, ଲିନା ଦାସ, ପୁର୍ଣିମା ବଳ, ଅନପୂର୍ଣା ଜେନା, ସ୍ୱପ୍ନା ସେଠି, ପରିଦର୍ଶିନୀ ପଣ୍ଡା ରଶ୍ମିତା ସାମଲ, ସୁନିତା ଜେନା, ବାଣିଜ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂର୍ଯ୍ୟକାନ୍ତ ନାୟକ, ଚନ୍ଦ୍ରସାରଥୀ ଲେଙ୍କା ଅମୀୟପ୍ରସାଦ ସାମଲ, ଚିଦାନନ୍ଦ ଓଝା, ବେଦପ୍ରକାଶ ନାୟକ ବିଷ୍ନୁପ୍ରିୟା ବାରିକ, ଜନ୍ମେଜୟ ପ୍ରଧାନ, ସ୍ବପ୍ନଜିତ ସେନାପତି, ଅନନ୍ତ ସାହୁ ପ୍ରମୁଖଙ୍କୁ ପିକେ ଟିଉଟୋରିଆଲ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାସହ ସେମାନଙ୍କର ଉତ୍ତୋରତ୍ତ ଭବିଷ୍ୟତ କାମନା କରିଛନ୍ତି, ସମସ୍ତ କୃତି ଛାତ୍ର ଛାତ୍ରୀ ସଫଳତା ନେଇ ଏହି ଶିକ୍ଷାନୁଷ୍ଠାନର ଶିକ୍ଷକ ପ୍ରଦ୍ୟୁମ୍ନ ନାୟକ ଓ ଶିକ୍ଷୟତ୍ରୀ ରଶ୍ମିତା ଖୁଣ୍ଟିଆଙ୍କୁ କୃତଜ୍ଞତା ଜଣାଇଛନ୍ତି , (ରିପୋର୍ଟ /ଲଷ୍ମୀଧର ଖୁଣ୍ଟିଆ)
