X. ଟାଇ ଭୁବନେଶ୍ୱରର ୧୩ ବର୍ଷର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ।
X. ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖରେ ଓଡିଶାରେ ଆନ୍ତର୍ଜାତୀୟ ଉଦ୍ୟୋଗୀମାନେ ଏକାଠି ହେବେ ।
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖ, ୨୦୨୫ରେ ଭୁବନେଶ୍ୱରରେ ଆନ୍ତର୍ଜାତୀୟ ସ୍ୱୀକୃତି ସହିତ ଏକ ଜାତୀୟସ୍ତରୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ୨୦୨୫ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ସମ୍ମିଳନୀ ଉଦ୍ୟୋଗିକତା ଓ ଉଦ୍ଭାବନ ପାଇଁ ଏକ ବିକଶିତ କେନ୍ଦ୍ରରେ ପରିଣତ ହେବା ଦିଗରେ ଓଡିଶାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି ।
ଏହି ଦୁଇ ଦିବସୀୟ ସମ୍ମିଳନୀରେ ଭାରତ ଏବଂ ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ (ଦୁବାଇ) ଓ ୟୁଏସଏ ଭଳି ଦେଶଗୁଡିକରୁ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଅଂଶଗ୍ରହଣ କରିବେ । ଓଡିଶାକୁ ବ୍ୟବସାୟ ଓ ଉଦ୍ଭାବନ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳୀ ଭାବେ ହାଇଲାଇଟ କରିବା ପାଇଁ ଡିଜାଇନ କରାଯାଇଥିବା ଟାଇକନ ୨୦୨୫କୁ ଓଡିଶା ସରକାରଙ୍କ ସହ ସହଭାଗିତାରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଅଧିବେଶନ, ନେଟ୍ୱର୍କିଂ ସୁଯୋଗ ଏବଂ ୪ଟି ପ୍ରମୁଖ ପଦକ୍ଷେପର ଲଂଚ ସହ ସୁସଜ୍ଜିତ ରହିଛି ଯାହା ରାଜ୍ୟରେ ଉଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି ।
