ଆସନ୍ତା ୭ ତାରିଖରେ ପୁରୀ ବନ୍ଦ ଡାକରା ଦେଇଛି – ପୁରୀ ଜିଲ୍ଲା ବିଜେଡି

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :- ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ବିଜେଡି ୭ ତାରିଖ ଗୁରୁବାର ଦିନ ପୁରୀ ବନ୍ଦ ଡାକରା ଦେଇଛି । ୭ ତାରିଖ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ,କେବଳ ଜରୁରୀ କାଳୀନ ସେବାକୁ ଛାଡ଼ିଦେଲେ ଆଉ ସମସ୍ତ କାର୍ଯ୍ୟକୁ ବନ୍ଦ କରାଯିବ । ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହଲିଡେ ରିସର୍ଟ ଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ପୋଲିସର ତଦନ୍ତ ଉପରେ ବିଜେଡି ପ୍ରଶ୍ନ ଉଠାଇଛି । ଘଟଣାର ସତ୍ୟାସତ୍ୟ ସରକାର ଶୀଘ୍ର ଉନ୍ମୋଚନ କରିବାକୁ ଦଳ ଦାବି କରିଛି । ଯେତେବେଳେ ପୀଡ଼ିତା ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ ସେତେବେଳେ ଉପ ମୁଖ୍ୟମନ୍ତ୍ରୀ କୋଉଠି ଥିଲେ , ଥରେ ହେଲେ ଯାଇ ପୀଡ଼ିତା କୁ ଦେଖିଆଶିଲେ ନାହିଁ । ତାକୁ ଦିଲ୍ଲୀ ପଠାଯିବା ପରେ ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ରେ ଦେଖିଲେ ଆଉ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୀଡ଼ିତା ସୁସ୍ଥ ଅଛନ୍ତି ସେ ଦିନକୁ ଦୁଇ ଥର ଖାଦ୍ୟ ଖାଉଛନ୍ତି ବୋଲି ସୂଚନା ଦେଇଥିଲେ ।

ତେବେ ଯଦି ପୀଡ଼ିତା ସୁସ୍ଥ ଥିଲେ ତେବେ ତାଙ୍କର ଆଜି ଏଭଳି ଅଘଟଣ ହେଲା କିପରି ।ସେ ମରିଗଲେ ନା ତାଙ୍କୁ ମାରି ଦିଆଗଲା ବୋଲି ବିଜେଡି ପ୍ରଶ୍ନ କରିଛି ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି,ପିପିଲି ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ,ଦିବାକର ପାତ୍ର,ବୈରାଗୀ ଜେନା,କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ରାଜେଶ ରଥ,ସୁବ୍ରତ କୁମାର ଛାଟୋଇ,ସତ୍ୟବାଦୀ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।

Exit mobile version