Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଓଷ୍ଟା ସଙ୍ଘ ପକ୍ଷରୁ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ : ଦାବି ପୂରଣ ନହେଲେ ଅଗଷ୍ଟ ୧୬ ରୁ ଆନ୍ଦୋଳନ ର ଚେତାବନୀ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ଓଷ୍ଟା ସଙ୍ଘର ନିର୍ଦ୍ଦେଶନାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଓଷ୍ଟା ସଙ୍ଘ ପକ୍ଷରୁ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ , ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବାଲିଗୁଡ଼ା ବ୍ଲକରେ କାର୍ଯ୍ୟରତ ସ୍କୁଲ୍ କଲେଜ୍ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପକ୍ଷରୁ ଏହି ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଜରିଆରେ ପ୍ରେରଣ କରାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘର ବାଲିଗୁଡ଼ା ବ୍ଲକ୍ ସଭାପତି ସୁବାସ ଚନ୍ଦ୍ର ସାମଲ,ସମ୍ପାଦକ ଗଙ୍ଗାଧର ନାୟକ, ଉପଦେଷ୍ଟା ସୁରେନ୍ଦ୍ର ମହାରଣା, ଶିକ୍ଷକ ନେତା ସନାତନ ମଳିକ, ଗୌରାଙ୍ଗ ମହାରଣା,ଶରତ କୁମାର ନାୟକ, କୃପାସିନ୍ଧୁ ପଣ୍ଡାଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ଶିକ୍ଷକ ଓ କର୍ମଚାରୀ ଏକତ୍ରିତ ହୋଇ ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ତିନି ଘଣ୍ଟା ସମୟ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ,ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ ରେ ଅସଙ୍ଗତି ଦୂର ସହ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ ଦାବି କରିଛି ସଂଘ । ଚଳିତ ମାସ ୧୫ ତାରିଖ ସୁଦ୍ଧା ଯଦି ସରକାର ଏହି ସବୁ ଦାବି ପୂରଣ ନ କରନ୍ତି ତେବେ, ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ଵରର ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଙ୍ଘ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026 ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ by Proprietor Abhimanyu Maharana August 2, 2026 ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ by Proprietor Abhimanyu Maharana August 2, 2026