ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଟିକସ ପରବର୍ତୀ ଲାଭ ୩୪% ବୃଦ୍ଧି ସହ ୮୧୭.୪୮ କୋଟି ଟଙ୍କା : ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ନିର୍ଦେଶକ ବୋର୍ଡ ବୈଠକ ମୁମ୍ବାଇରେ ୨୦୨୦ ଅଗଷ୍ଟ ୨୪ରେ ଅନୁଷ୍ଠିତ ହୋଇଯାଇଛି । କଂପାନି ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପ୍ରଥମ ତ୍ରୟମାସର ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ କଂପାନିର ଟିକସ ପରବର୍ତୀ ଲାଭ ୩୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ୮୧୭.୪୮ କୋଟି ଟଙ୍କା ହୋଇଛି । ପ୍ରଥମ ତ୍ରୟମାସରେ ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ପରିଚାଳନାରୁ ମୋଟ ରାଜସ୍ୱ ୪ ପ୍ରତିଶତ ବୃଦ୍ଧି ପାଇ ୫୦୦୩.୭୧ କୋଟି ଟଙ୍କା ହୋଇଛି ଯାହା ୨୦୧୯ର ଏହି ସମୟରେ ୪୮୦୭.୨୦ କୋଟି ଟଙ୍କା ଥିଲା । ନିଟ୍ ସୁଧ ଆୟ ୩ ପ୍ରତିଶତ ବୃଦ୍ଧି ପାଇ ୧୨୨୦.୬୧ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ୧୧୮୧.୮୬ କୋଟି ଟଙ୍କା ଟିକସ ପରବର୍ତୀ ଲାଭରେ ୩୪ ପ୍ରତିଶତ ବୃଦ୍ଧି ଘଟି ୮୧୭.୪୮ କୋଟି ଟଙ୍କା ହୋଇଛି ।

ଗତବର୍ଷ ପ୍ରଥମ ତ୍ରୟମାସ ତାହା ୬୧୦.୬୮ କୋଟି ଟଙ୍କା ଥିଲା । ନିଟ୍ ସୁଧ ମାର୍ଜିନ୍ ୨.୩୨ ପ୍ରତିଶତ ରହିଛି । ବକେୟା ଋଣ ପୋର୍ଟଫୋଲିଓ ପରିମାଣ ୨୦୯୮୧୭ କୋଟି ଟଙ୍କା ରହିଛି । ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଶ୍ରୀଯୁକ୍ତ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ଯେ, “ଆଲୋଚ୍ୟ ପ୍ରୟମାସରେ ଜାତୀୟ ସ୍ତରରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା ଯେଉଁ ସମୟରେ ଆମର କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି । ମାତ୍ର, ପରେ ଅନଲକିଂରେ ଅଗ୍ରଗତି ହେବା ପରେ ଆମର ବ୍ୟବସାୟ ବଢ଼ିଥିଲା । ୨୦୨୦ ଜୁନ୍ ମାସରୁ ବ୍ୟବସାୟରେ ଅଗ୍ରଗତି ଘଟିଥିଲା ।

ଯଦିଓ ଅର୍ଥନୈତିକ କାର୍ଯ୍ୟକଳାପରେ ସୁଧାର ହେବାକୁ ଆହୁରି କିଛି ସମୟ ଲାଗିବ, ଏହାର ମାସ ପର ମାସରେ ବ୍ୟବସାୟ ଧାରାରେ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଦ୍ୱିତୀୟ ତ୍ରୟମାସରେ ବିଶ୍ୱାସ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଲକ୍‌ଡାଉନ୍‌ ପର୍ଯ୍ୟାୟରେ ଆମେ ଅନେକ ଉତ୍ପାଦ ଓ ଅଭିଯାନ ଉନ୍ମୋଚନ କରିଛୁ ଯାହା ଏହି ନୂଆ ସ୍ୱାଭାବିକ ସମୟରେ ଆମର ବ୍ୟବସାୟ ରଣନୀତିକୁ ସହାୟତା ପ୍ରଦାନ କରିଛି । ମୋରାଟୋରିଅମ୍‌ରେ ଥିବା ସମସ୍ତ ଖାତା ଉପରେ ଆମେ ନଜର ରଖିଛୁ ଏବଂ ତାହା ଯେଭଳି ସ୍ୱାଭାବିକ ଖାତାରେ ପରିଣତ ହେବ ତାହା ନିଶ୍ଚିତ କରୁଛୁ ।’’

Exit mobile version