Home ଓଡ଼ିଶା ଷ୍ଟାର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଥଣ୍ଡର ଟାଇଟନ୍ସ କ୍ରିକେଟ କ୍ଳବ ଚାମ୍ପିୟନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଲାସ୍ଥିତ ମିନି ଷ୍ଟାଡ଼ିଯମଠାରେ ୮ଦିନଧରି ଚାଲିଥିବା ଷ୍ଟାର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଥଣ୍ଡର ଟାଇଟନ୍ସ କ୍ରିକେଟ କ୍ଳବ ଚାମ୍ପିୟନ ହୋଇଛି ! ଏହି ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ରାଜସୁନାଖଳା ଫ୍ରେଣ୍ଡସ କ୍ଲୁବ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ତଥାରଣପୁର ବ୍ଲକ ବିଜେଡି ସଭାପତି ସଚକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ! ଏହି ଟୁର୍ଣ୍ଣାମେଣ୍ଟ ୨୨ତାରିଖରୁ ଆରମ୍ଭ ହୋଇଥିଲା ! ୪ଟି ଟିମ ଅଂଶ ଗ୍ରହଣ କରିଥିଲେ ! ଆଜିର ୧୦ ଓଭର ବିଶିଷ୍ଟ ମ୍ୟାଚରେ ଆସୁ ଆରିୟାର କ୍ରିକେଟ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୧୦ ଓଭରରେ ୪ଟି ୱକେଟ ହରାଇ ୪୮ରନ କରିଥିଲା ! ଜବାବରେ ଥଣ୍ଡର ଟାଇଟନ୍ସ କ୍ରିକେଟ ଟିମ ୮ ଓଭରରେ ବିନା ୍ୱିକେଟ ହରାଇ ୪୯ରନ କରି ଚମ୍ପିୟାନ ହୋଇଥିଲା ! ଥଣ୍ଡର ଟାଇଟନ୍ସ କ୍ରିକେଟ ଟିମର ବାଣ୍ଟି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ! ଭାଷ୍ୟକାର ଭାବେ ବଲ୍ଲଭ ପ୍ରଧାନ, ସ୍କୋର ଭାବେ ସୋମ୍ୟ ରଞ୍ଜନ ବେହେରା,ଓ ଜଗନ୍ନାଥ ମହାରଣା, ପ୍ରଶାନ୍ତ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ! ଉପସ୍ଥିତ ଅତିଥିମାନେ ଏହି ଚିତାକର୍ଷ ଖେଳ ଦେହିଖିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରି ଚମ୍ପିୟାନ ଟିମକୁ ଟ୍ରଫି ସହିତ ନଗଦ ୬ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ୪ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ ! ଷ୍ଟାର ପ୍ରିମିୟର ଲିଗ କ୍ରିକେଟକ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିଥିଲେ ! Categories: ଓଡ଼ିଶା, ଖେଳ, ନୟାଗଡ଼ ନିଉଜ୍, ହୋମ୍ Related Content ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା by Proprietor Abhimanyu Maharana October 27, 2026 Amway India Opens revamped, upgraded stores in Berhampur and Balasore by Proprietor Abhimanyu Maharana October 27, 2026 ୧୨୭ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ by Proprietor Abhimanyu Maharana October 27, 2026 ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ୨୧୦ ଦିନରେ by Proprietor Abhimanyu Maharana October 27, 2026 ପୁରୀରେ ଅର୍ଣ୍ଣବ ବାତ୍ୟାର ପ୍ରଭାବ ସମୁଦ୍ରରେ ଉଠୁଛି ଜୁଆର ପ୍ରବଳ ବର୍ଷା by Proprietor Abhimanyu Maharana October 27, 2026 କାର୍ତ୍ତିକ ବ୍ରତରୁ ପଞ୍ଚୁକ, ଆଧ୍ୟାତ୍ମିକତାରେ ମହକେ ଓଡ଼ିଶା by Proprietor Abhimanyu Maharana October 27, 2026