ହୋଣ୍ଡା ପକ୍ଷରୁ ପୂର୍ବ ଓ ଉତର ଭାରତରେ ୩୪୦ରୁ ଅଧିକ ମହିଳାଙ୍କୁ ସଡ଼କ ସୁରକ୍ଷା ଉପରେ କରାଗଲା ସଚେତନତା – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ଭୁବନେଶ୍ୱର :ମହିଳାଙ୍କୁ ସ୍ୱାଧୀନ ଓ ସୁରକ୍ଷିତ ଗାଡ଼ି ଚାଳକରେ ପରିଣତ କରିବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଏମଏସ୍‌ଆଇ) ପକ୍ଷରୁ ସ୍ୱତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ପୂର୍ବ ଓ ଉତର ଭାରତରେ ଅଧିକ ୭ଟି ସହରକୁ ଡିଜିଟାଲ୍ ସଡ଼କ ସୁରକ୍ଷା ସଚେତନତା ପ୍ରଶିକ୍ଷଣ-ହୋଣ୍ଡା ସଡ଼କ ସୁରକ୍ଷା ଇ- ଗୁରୁକୂଳକୁ ସମ୍ପ୍ରସାରିତ କରାଯାଇଛି । କଂପାନିର ଡ୍ରିମ୍ ରାଇଡିଂ ଅଭିଯାନ ଅଧୀନରେ ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୂଳ ପ୍ରଶିକ୍ଷଣରେ ଦିଲ୍ଲୀ, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, କର୍ଣ୍ଣାଲ୍‌, ଭୁବନେଶ୍ୱର ଓ କଟକର ୩୪୦ରୁ ଅଧିକ କର୍ମଜୀବୀ, ଗୃହିଣୀ, ଯୁବ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ୧ ଘଂଟା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ପୂର୍ବରେ ରାଂଚି, ଭୁବନେଶ୍ୱର, କଟକ, ମୁଜାଫରାପୁର, ପଶ୍ଚିମରେ ଗୁଜରାଟ, ନାସିକ, ଥାନେ, ପୁନେ, ଉତରରେ କୋଟା, ଜୟପୁର, ଉନା ଓ ଚଣ୍ଡିଗଡ଼ ଏବଂ ଦକ୍ଷିଣରେ କୋଏମ୍ବାଟୁର, ମହୀଶୂର, ବିଜୟୱାଡା ଓ ତ୍ରିଚି ଭଳି ସାରା ଭାରତରେ ୩୦ରୁ ଅଧିକ ସହରରେ ବିଗତ ଚାରି ମାସରେ ହୋଣ୍ଡାର ସଡ଼କ ସୁରକ୍ଷା ଇନଷ୍ଟ୍ରକ୍ଟରମାନେ ପ୍ରାୟ ୮୦୦୦ ମହିଳାଙ୍କୁ ସଶକ୍ତ କରିଛନ୍ତି । ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାତିପ- ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଅଧିକ ମହିଳା ଯେଭଳି ଦୁଇ ଚକିଆ ଯାନ ଚଲାଇପାରିବେ ସେହି ଲକ୍ଷ୍ୟ ନେଇ ହୋଣ୍ଡା ପକ୍ଷରୁ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରିମ୍ ରାଇଡିଂ ଅଭିଯାନ ଆରମ୍ଭ କରାଯାଇଥିଲା । ନିଜ ପ୍ରତିଶ୍ରୁତିକୁ ବଜାୟ ରଖି, ଭବିଷ୍ୟତ ପାଇଁ ବିଶ୍ୱାସୀ ଓ ସୁରକ୍ଷିତ ଗାଡ଼ି ଚାଳକ ସୃଷ୍ଟି କରିବା ଲକ୍ଷ୍ୟ ଦିଗରେ ହୋଣ୍ଡା ଡିଜିଟାଲ୍ ସଡ଼କ ସୁରକ୍ଷା ସଚେତନତା ପ୍ରଶିକ୍ଷଣ ଏକ ପଦକ୍ଷେପ ।

କୋଭିଡ୍‌-୧୯ ଭଳି ଆହ୍ୱାନପୂର୍ଣ୍ଣ ସମୟରେ ଆମେ ଡିଜିଟାଲ୍ ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ଉପରେ ସଚେତନ କରିବାକୁ ପ୍ରତିବଦ୍ଧ ।’’ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଲାଗି ହୋଣ୍ଡାର ସଡ଼କ ସୁରକ୍ଷା ଇନଷ୍ଟ୍ରକ୍‌ଟରମାନେ ସଡ଼କ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବ୍ୟବହାର କରିଥିଲେ । ଟ୍ରାଫିକ୍ ଆଲୋକ ଏବଂ ସିଗ୍‌ନାଲ୍‌କୁ ବୁଝିବା, ସଡ଼କ ସୁରକ୍ଷାର ନିୟମ, ସଙ୍କେତ ଏବଂ ଚିହ୍ନ, ସଡ଼କରେ ଆଘାତରୁ ବର୍ତିବା ଲାଗି ପ୍ରତିଷେଧକମୂଳକ ପଦକ୍ଷେପ, ସଡ଼କକୁ କିଭଳି ସମସ୍ତଙ୍କ ମଧ୍ୟରେ ବଂଟାଯାଇପାରିବ ଏବଂ ଓଭରଟେକିଂ ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଏବଂ ଗାଡ଼ି ଚଲାଇବା ପୂର୍ବରୁ କେଉଁ ରକ୍ଷଣାବେକ୍ଷଣ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ତାହା ଉପରେ ଲୋକମାନଙ୍କୁ ସଚେତନ କରାଯାଇଛି ।

Exit mobile version