ଆସ ସ୍କୁଲ ଯିବା ଅଭିଯାନ ଆଲୋଚନାଚକ୍ର କର୍ମଶାଳା ଅନୁଷ୍ଠିତ

ଟିକାବାଲି (ଓଡ଼ିଶା ତାଜା ନ୍ୟୁଜ୍)  :- କନ୍ଧମାଳ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଙ୍କୁ ନେଇ “ଆସ ସ୍କୁଲ ଯିବା” ଅଭିଯାନ ଉପରେ ତା : ୦୧. ୦୮. ୨୦୨୫ ଓ ୦୩. ୦୮. ୨୦୨୫ ରିଖରେ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଙ୍କ ବୈଠକ ଗୃହ ଫୁଲବାଣୀ ଠାରେ ଆୟୋଜନ ହୋଇଅଛି I ଏହି କର୍ମଶାଳା ରେ ରାଜ୍ୟସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଓସେପା ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ଦିଗଦର୍ଶନ ପ୍ରଦାନ କରାଯାଇଥିଲା I

ନିକଟ ଅତୀତ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିବା “ଚାଇଲଡ ଟ୍ରାକିଙ୍ଗ” ସର୍ଭେ କରାଯାଇ ବିଦ୍ୟାଳୟ ବାହାରେ ଥିବା ୬ ରୁ ୧୮ ବର୍ଷ ବୟସର ପିଲାମାନଙ୍କର ତଥ୍ୟ ସଂଗ୍ରହ କରାଯାଇଥିଲା I ଏଥିରେ ପ୍ରତ୍ୟେକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଘରକୁ ଘର ଯାଇ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା କରି ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ସେମାନଙ୍କ ବୟସ ଉପଯୋଗୀ ଶ୍ରେଣୀ ରେ ନାମ ଲେଖାଇବା ଏବଂ ରାଜ୍ୟମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ, ଉଲ୍ଲାସ, ବୈଷୟିକ ଶିକ୍ଷା ଅନୁଷ୍ଠାନ ଇତ୍ୟାଦି ରେ ନାମ ଲେଖାଇ ଶିକ୍ଷା ଗ୍ରହଣ ର ସୁଯୋଗ ନିମନ୍ତେ ପରବର୍ତ୍ତୀ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଦେଶ୍ୟ ରେ ବିଦ୍ୟାଳୟ ସ୍ତରୀୟ କମିଟି, କ୍ଳଷ୍ଟର ସ୍ତରୀୟ କମିଟି ଏବଂ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଅଛି I

ଏଥିସହିତ “ମା ପାଇଁ ଗଛ ଟିଏ”, ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦୈନିକ ଅନ ଲାଇନ ଉପସ୍ଥାନ,ପ୍ରଧାନ ମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ର ଦୈନିକ ଅନ ଲାଇନ ଉପସ୍ଥାନ, ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ଇତ୍ୟାଦି ବିଷୟବସ୍ତୁ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେଶ କୁମାର ସ୍ୱାଇଁ ପୌରହିତ ରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା, ପ୍ରୋଗ୍ରାମର ଶ୍ରୀ ଶେଖର ବେହେରା,ଯୋଜନା ସଂଯୋଜିକା ଶ୍ରୀମତୀ ଅର୍ଚନା ପଣ୍ଡା, ବାଳିକା ଶିକ୍ଷା ସଂଯୋଜିକା ଭି. ସନ୍ଧ୍ୟା, ଶିକ୍ଷା ସଂଯୋଜକ ଡ. ସୁରେଶ ଚନ୍ଦ୍ର ପ୍ରଧାନ, ଆନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ସମର ରଞ୍ଜନ ବେହେରା ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ଅନ୍ୟାନ୍ୟ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ I

Exit mobile version