ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) – ରୋଟାରୀ କ୍ଲବ୍ ଫୁଲବାଣୀର ୪୫ ତମ ଅଧିଷ୍ଠାନ ଉତ୍ସବ ମହା ସମାରୋହରେ ସେନାପତି ରିସିଡେନସି ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆଇଏସ ଅଫିସର (ଡି.ଜି.ଇ ଆର.ଆଇ) ରୋଟାରିଆନ ଅନିଲ କୁମାର ସାମଲ ଯୋଗ ଦେଇ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ । ଏଥି ସହିତ ଗତ ବର୍ଷ ଅର୍ଥାତ ୨୦୨୪-୨୫ ବର୍ଷରେରୋଟାରି କ୍ଲବ ଫୁଲବାଣୀ ର ଉଲେଖନୀୟ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ବୁକ ରେକର୍ଡ ଏବଂ ଏସିଆ ଵୁକ ରେକର୍ଡରେ ସ୍ଥାନ ପାଇଥିବାରୁ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ l