କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ ସଭାପତି ଗଣେଶ ନାଏକ ଓ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅଦ୍ୟାବଧି ସୁଦ୍ଧା ସରକାର ୯ ଦଫା ନ୍ୟାର୍ଯ୍ୟ ଦାବି ପୂରଣ କରୁନଥିବାରୁ ଚଳିତ ମାସ ୧୧ ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଏହି ବୈଠକରେ ନିଷ୍ପତ୍ତ ନିଆଯାଇଛି । ରାଜ୍ୟ ସଂଘ ମଧ୍ଯ ଏପରି ନିଷ୍ପତ୍ତି ନେଇଛନ୍ତି । ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂଘର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲାର ଶତାଧିକ ରାଜସ୍ବ ଅମଲା ଯୋଗ ଦେଇଥିଲେ ।
