ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ଅଞ୍ଚଳରେ ଦୀର୍ଘ ମାସ ହେଲା ହାତୀ ଉତ୍ପାତ ଚଳେଇଥିବା ବେଳେ ବ୍ୟାପକ ଫସଲ ନଷ୍ଟ କରିବା ସହ ହାତୀ ଆକ୍ରମଣରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଜନ ଅସନ୍ତୋଷ ବୃଦ୍ଧି ପାଇବା ପରେ ବ୍ରହ୍ମପୁରରୁ ସ୍ୱତନ୍ତ୍ର ଗାଡି ସହ ଏକ ଟିମ ଆସି ହାତୀ ଗତିବିଧି କ୍ୟାମେରାରେ ଠାବ କରି ହାତୀକୁ ଜନବସତି ଠାରୁ ଦୁରେଇବାକୁ ଚେଷ୍ଟା କରୁଛନ୍ତି ବନବିଭାଗର ସ୍ୱତନ୍ତ୍ର ଟିମ ।

