ଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଫୁଲନଖରା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମର୍ଣିଙ୍ଗମିଟ ର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ସର୍ବ ସମ୍ମତି କ୍ରମେ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ସକାଳେ ଅନୁଷ୍ଠାନର ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ଵ ଗ୍ରହଣ ଉତ୍ସବ ସଂଗଠନର ଉପଦେଷ୍ଟା ସ୍ଵାଧୀନ ଚେତା ମହାନ୍ତିଙ୍କ ଦ୍ଵାରା କରାଯାଇଥିଲା । ଅପ୍ରତିଦ୍ୱନ୍ଦୀ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ସୋଇଥିବା ସଭାତି ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସଭାପତି କାର୍ଯ୍ୟ ତୁଲାଇବା ପାଇଁ ଦାୟୀତ୍ବ ହସ୍ତତନ୍ତ କରିଥିଲେ ।

