Home ଓଡ଼ିଶା ଶିଶୁ ସମାଚାରର ୧୮ଶ ସ୍ବନକ୍ଷତ୍ର ସମାରୋହ ସାରସ୍ଵତ ସମ୍ମାନ ପାଇଲେ ଶିଶୁ ସାହିତ୍ୟିକ ଡ.ରାଜକିଶୋର ପାଢୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପିଲାଙ୍କ ମାସିକ ଖବରକାଗଜ ଶିଶୁ ସମ୍ବାଦପତ୍ର ଶିଶୁ ସମାଚାରର ଅଷ୍ଟାଦଶ ସ୍ବନକ୍ଷତ୍ର ସମାରୋହ ଓ ଜାତୀୟ ଶିଶୁ ପ୍ରତିଭା ମହୋତ୍ସବ ସ୍ଥାନୀୟ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ଉତ୍ସବ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜସେବୀ ମନୋଜ କୁମାର ରଥ, ଉତ୍ସବ କମିଟି ସଦସ୍ୟ ଅବନୀଶ ରଥ , ବିଜୟ କୁମାର ପଣ୍ଡା, ଉପଦେଷ୍ଟା ଚକ୍ରଧର ମହାପାତ୍ର, ସାହିତ୍ୟିକ ତଥା ଭାଷାବିତ୍ କୈଳାସ ଚନ୍ଦ୍ର ଟିକାୟତରାୟ, ଶିକ୍ଷାବିତ୍ ଧ୍ରୁବଚରଣ କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମ୍ପାଦକ ସୁକାନ୍ତ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ଵାରା ଶିଶୁ ସମାଚାରର ସ୍ବନକ୍ଷତ୍ର ସଂଖ୍ୟା ଓ ମୁଖଶାଳା ୨୦୨୫ ଉନ୍ମୋଚିତ ହୋଇଥିଲା । ଶିଶୁମାନଙ୍କ ସୃଜନଶୀଳତା ର ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ । ଏଥିପାଇଁ ସେମାନଙ୍କୁ ସୁଯୋଗ ଯୋଗାଇଦେବା ଦରକାର ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ଭାଗନେଇଥିବା ଶିଶୁ ନୃତ୍ୟ ଓ ସଙ୍ଗୀତ ଶିଳ୍ପୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ । ଦ୍ଵିତୀୟ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଶରତ ଚନ୍ଦ୍ର ମହାପାତ୍ର, ପୁରୀ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ବିଶିଷ୍ଟ ସେବାୟତ ଭାଗବାନ ସୁଆର, ଇ୨୪ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ରାଜେଶ ମିଶ୍ର, ଟେଲିଭିଜନ ଉଦଘୋଷିକା କଳ୍ପନା ମିଶ୍ର, ଶିକ୍ଷାବିତ୍ ବିଜୟଲକ୍ଷ୍ମୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ସୁକାନ୍ତ ପଣ୍ଡା ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଉତ୍ସବରେ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢୀଙ୍କୁ ସାରସ୍ଵତ ସମ୍ମାନ ଶିଶୁ ଲେଖକ ଶ୍ରୀମାନ୍ ସାଦ୍ଯାନ୍ତ ଶତପଥୀଙ୍କୁ “ଅନନ୍ୟ ମେଧା ପ୍ରତିଭା ସମ୍ମାନ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା ପ୍ରଭାତ କୁମାର ଦାଶଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ କୋଣାର୍କ ଉଚ୍ଚ ବିଦ୍ୟାଳୟକୁ ସବୁଜ ବିଦ୍ୟାଳୟ ସମ୍ମାନ ସହିତ ପୁରୀ ଜିଲ୍ଲା ସ୍କୁଲ ପୁରୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଘୋଡାବଜାର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମଧୁବନଙ୍କୁ ଉତ୍କର୍ଷ ବିଦ୍ୟାଳୟ ସମ୍ମାନ ଓ ବିନାୟକ ବିଦ୍ୟା ମନ୍ଦିରକୁ ପୂରକ ସମ୍ମାନରେ ସମ୍ମାନିତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ସଙ୍ଗୀତ ଗୁରୁ, ନୃତ୍ୟ ଗୁରୁ , ସମାଜସେବୀ ଓ ଶିଶୁ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉତ୍ସବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୪୨୫ ଜଣ ଶିଶୁ ପ୍ରତିଭା ନୃତ୍ୟ, ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଉତ୍ସବ କମିଟି ଓ ଶିଶୁ ସମାଚାର ପରିଚାଳନା ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶିବ ସୁନ୍ଦର ମିଶ୍ର, ଶରତ ରାୟଗୁରୁ, ଶ୍ରୀକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉତ୍ସବ କମିଟି ଉପାଧ୍ୟକ୍ଷ ବିଜୟକୃଷ୍ଣ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ । ରେଣୁକା ମିଶ୍ର, ଅନୁପମା ପଣ୍ଡା, ସ୍ଵାଧୀନ ପଣ୍ଡା, ସ୍ଵେଚ୍ଛାସେବୀ ସଂଗଠନ ଦ ବେଲ୍ ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026 ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 4, 2026 ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ by Proprietor Abhimanyu Maharana August 4, 2026