Home ଓଡ଼ିଶା ଶ୍ରାବଣରେ ବି ଖସୁନି ଆମିଷ ଦର ଚିନ୍ତାରେ ଗ୍ରାହକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣରେ ବି ଖସୁନି ଆମିଷ ଦର । ସାଧାରଣତଃ ଶ୍ରାବଣ ମାସରେ ୭୦ ପ୍ରତିଶତ ଲୋକେ ଆମିଷ ଖାଉନଥିବାରୁ ପରିବା ଉପରେ ଅଧିକ ନିର୍ଭର କରିଥାନ୍ତି । ଆମିଷ ଦର କିଲୋ ପିଛା ୪୦ରୁ ୫୦ଟଙ୍କା କମିଯାଇଥାଏ । ହେଲେ ଚଳିତବର୍ଷ ପରିବା ସାଙ୍ଗକୁ ଆମିଷ ଦର ମଧ୍ଯ ବୃଦ୍ଧି ପାଇଛି । କାରଣ ରାଜ୍ୟ ବାହାରୁ ଆମିଷ ଆମଦାନୀ ହେଉଥିବାରୁ ପର୍ବପେକ୍ଷା ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ମଧ୍ଯ ବଢୁଥିବା ବ୍ଯବସାୟୀ ମାନେ କହୁଛନ୍ତି । ତେଣୁ ଶ୍ରାବଣ ମାସରେ ମାଛ, କଙ୍କଡା, ଚିକେନ ଓ ମଟନ ଦର ବଢିଥିବା ଶୁଣି ଖାଉଟି ଚିନ୍ତାରେ ।ଏପଟେ ପରିବା ଦର ଶୁଣି ମୁହଁ ଫେରାଉଛନ୍ତି ଗ୍ରାହକ । କୌଣସି ପରିବା ୮୦ ଟଙ୍କା ତଳକୁ ନଥିବାବେଳେ ୫ଶହ ଟଙ୍କାରେ ବି ବ୍ଯାଗ ଭର୍ତ୍ତି ହେଉନାହିଁ । ଫଳରେ ଅନେକଙ୍କ ଖାଇବା ଥାଳିରୁ ବି ପରିବା ଉଭାନ ହୋଇଯାଇଛି । ଶ୍ରାବଣ ମାସ ଆରମ୍ଭ ହେବା ଦିନରୁ ବଢି ଚାଲିଛି ପରିବା ଦର । ଏହି ମାସରେ କାଉଡିଆମାନେ ପାଣିଭାର ନେଇ ମହାଦେବଙ୍କ ମସ୍ତକରେ ଢାଳିଥାନ୍ତି । ଏହାସହ ମାନସିକଧାରୀ ମାନେ ମଧ୍ଯ ନିରାଡମ୍ବର ଭାବେ ଶ୍ରାବଣ ମାସକୁ ପାଳନ କରୁଥିବାରୁ ନିରାମିଷ ଖାଉଥିବା ବେଳେ ଅଧିକାଂଶ ଲୋକେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ଯ ଖାଇଥାନ୍ତି । ତେଣୁ ଏହି ମାସରେ କାର୍ତ୍ତିକ ମାସ ପରି ପରିବା ଦର ବୃଦ୍ଧି ପାଇଥାଏ ଓ ଆମିଷ ଦର କମିଥାଏ । ଚଳିତବର୍ଷ ଆମିଷ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ସାଧାରଣତଃ ପୁରୀକୁ ଆନ୍ଧ୍ରରୁ ବିଭିନ୍ନ ପ୍ରକାର ମାଛ ଆସୁଥିବା ବେଳେ ପାରାଦ୍ବୀପ, ଧାମରା ଓ ବାଲେଶ୍ଵର ଆଦି ସ୍ଥାନରୁ କଙ୍କଡା,ଚିଙ୍ଗୁଡି ଆମଦାନୀ ହୋଇଥାଏ । ବଡ ବଡ ଟ୍ରକ ଯୋଗେ ସପ୍ତାହରେ ୨ରୁ ୩ଥର ପ୍ରାୟ ୧୦ରୁ ୨୦ଟନ ଆମିଷ ଆସିଥାଏ । ଯାହା ପୁରୀକୁ ପ୍ରଚୁର ପରିମାଣରେ ଆମିଷ ଯୋଗାଇଥାଏ ।ଏଥିପାଇଁ ଗମନାଗମନ ବାବଦକୁ ଖର୍ଚ୍ଚ ହେଉଥିବା ଟଙ୍କା ବଢିଛି । ବ୍ରହ୍ମଗିରି, ସାତପଡା ଚିଲିକାରୁ ମାଛ ଆସୁଥିବା ବେଳେ ପୁରୀ ପେଣ୍ଠ କଟାରୁ ମତ୍ସ୍ୟଜୀବୀମାନେ ମଧ୍ଯ ସମୁଦ୍ରରୁ ମାଛ ଧରି ବିକ୍ରି କରିଥାନ୍ତି । ରାଜ୍ଯ ଓ ରାଜ୍ଯ ବାହାରକୁ ମଧ୍ଯ ମାଛ ପଠେଇଥାନ୍ତି । ବଡଶଙ୍ଖ ମାଛ ମାର୍କେଟ, ମଙ୍ଗଳାଘାଟ ମାଛ ବଜାର, ମାର୍କେଟ ଛକ ମାଛ ମାର୍କେଟ ସମେତ ସହରର ବିଭିନ୍ନ ଛକ ମାନଙ୍କରେ ମାଛ ଦର ନିୟନ୍ତ୍ରଣ ବାହାରେ ରହିଛି । ଇଲିଶି ମାଛ କିଲୋ ପ୍ରତି ୧୫ ଶହରୁ ୨ ହଜାର ଥିବାବେଳେ ଖଇଙ୍ଗା କିଲୋ,ଭାକୁର କିଲୋ ୨୨୦, ରୋହି କିଲୋ ୧୮୦, ଚିଙ୍ଗୁଡି ବଡ ସାଇଜ କିଲୋ ପ୍ରତି ୬୦୦ ଥିବାବେଳେ ମଧ୍ଯମ କିଲୋ ପ୍ରତି ୪ ଶହରୁ ୫ଶହ ଓ ଛୋଟ ଚିଙ୍ଗୁଡି ୨୬୦ ରୁ ୩ ଶହ ଟଙ୍କା ରହିଛି । କଙ୍କଡା ବଡ ସାଇଜ କିଲୋ ପ୍ରତି ୭୦୦ ଟଙ୍କା ଥିବାବେଳେ ଛୋଟ ୫ଶହ ଟଙ୍କା । ଚିକେନ କିଲୋ ପ୍ରତି ୨୪୦ ଟଙ୍କା ଥିବାବେଳେ ମଟନ କିଲୋ ୮ ଶହ ଟଙ୍କା ରହିଛି । ଛୋଟ ମଧୁର ମାଛ ଦର ଦେଖି ଖାଉଟି ମୁଣ୍ଡରେ ହାତଦେଇଛି । ଅଧିକାଂଶ ସ୍ଥାନରେ ରାସ୍ତା କଡରେ ଅସ୍ଥାୟୀ ଅଣପଞ୍ଜୀକୃତ ବ୍ଯବସାୟୀ ନିଜ ମନ ମୁତାବକ ଦର ବୃଦ୍ଧି କରୁଛନ୍ତି । ଚିକେନ ପାଇଁ ପିପିଲି ଉପରେ ନିର୍ଭର କରୁଛନ୍ତି ପୁରୀ ଚିକେନ ବ୍ଯବସାୟୀ । ପ୍ରତି ସପ୍ତାହରେ ୨ରୁ ୩ଥର ଛୋଟ ବଡ ଡାଲା ଅଟୋ ଗାଡିରେ ଭର୍ତ୍ତି ହୋଇ କୁକୁଡା ଆସୁଥିବା ବେଳେ ବର୍ତ୍ତମାନ ଟ୍ରାନ୍ସପୋର୍ଟିଂ ଦର ବଢ଼ୁଥିବାରୁ ଚିକେନ ଦର ବୃଦ୍ଧି ପାଉଛି । ମଟନ ଦର ଦେଖି ମୁହଁ ଫେରାଉଛନ୍ତି ଗ୍ରାହକ । ଆମିଷ ଦର ଅହେତୁକ ବୃଦ୍ଧି ପାଉଥିବାରୁ ପୁରୀବାସୀଙ୍କ ମୁଣ୍ଡରେ ଚିନ୍ତା ବଢିଯାଇଛି । ଆମିଷ ଦର ନିୟନ୍ତ୍ରଣ ଆଣିବା ପାଇଁ ଯୋଗାଣ ବିଭାଗ ଅଧିକାରୀ ଓ ମତ୍ସ୍ଯ ଅଧିକାରୀ ଏବଂ ଖାଦ୍ଯ ସୁରକ୍ଷା ଅଧିକାରୀ ଦୃଷ୍ଟି ଦେବା ସହ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026 ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 4, 2026 ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ by Proprietor Abhimanyu Maharana August 4, 2026