Home ଓଡ଼ିଶା ପ୍ରଥମେ ଭିତ୍ତିଭୂମି ସଜାଡ ପରେ ୟୁ ଏ ଏସ ଲାଗୁ କରିବ, ଭିତ୍ତିଭୂମି ନ ସଜାଡି ୟୁ ଏ ଏସ ଲଗୁକଲେ ଆନ୍ଦୋଳନ ରାଜ୍ୟ ସ୍ତରକୁ ଯିବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ତରଫରୁ ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ନ କରିବା ସମ୍ପର୍କରେ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଥାଉକି ନୂଆଗାଁ ବ୍ଲକ୍ ର ସମସ୍ତ ଅଞ୍ଚଳରେ ମୋବାଇଲ୍ ସେବା , ଇଣ୍ଟରନେଟ ଓ ଦକ୍ଷ ପରିଚାଳକ ନଥିବାରୁ ବର୍ତ୍ତମାନ ଏହି ବ୍ୟବସ୍ଥା ଲାଗୁ ନ କରିବା ପାଇଁ ବ୍ଲକ୍ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଅନୁରୋଧ କରିଛନ୍ତି। ସର୍ବନିମ୍ନ ସୁବିଧା ସରକାରଙ୍କ ତରଫରୁ ସୁନିଶ୍ଚିତ ନକରିବା ପର୍ଯ୍ୟନ୍ତ ଓ ଅନ୍ୟ ବ୍ଲକ୍ ରେ ଲାଗୁ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ଯଦି ନୂଆଗାଁ ବ୍ଲକ୍ ରେ ଲାଗୁ କରାଯାଏ ତେବେ ଗଣତାନ୍ତ୍ରିକ ଉପାୟରେ ରାଜ ରାସ୍ତାକୁ କୁ ଓହ୍ଲାଇବା ପାଇଁ ଜଣାଇଛନ୍ତି। ତତ୍ ସହିତ ସମସ୍ତ କର୍ମଚାରୀ ମାନଙ୍କୁ ସରକାରଙ୍କ ତରଫରୁ ମୋବାଇଲ୍ ପ୍ରଦାନ ସହ ମାସିକ ଇଣ୍ଟରନେଟ ପ୍ୟାକ୍ ର ବ୍ୟବସ୍ଥା,ସମସ୍ତ ବିଦ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ,ଶ୍ରେଣୀ ଅନୁସାରେ ଶିକ୍ଷକ ନିଯୁକ୍ତି, ଅଣ ଶୈଖିକ କାର୍ଯ୍ୟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିବୃତ କରିବା,ନିୟମିତ ପଦୋନ୍ନତି ଦେବାର ବ୍ୟବସ୍ଥା କରିବା ତଥା ଏଲିମେଣ୍ଟାରି କ୍ୟାଡ଼ର ନିୟମକୁ ବାରମ୍ବାର ବ୍ୟବଚ୍ଛେଦ ନକରି ସ୍ଥାୟୀ ନିୟମ କରିବା, ବ୍ଲକ୍ ଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରି ସଭିଙ୍କୁ ପୂର୍ଣ୍ଣ ସରକାରୀ କର୍ମଚାରୀ ଘୋଷଣା କରିବା,ଶ୍ରେଣୀ ସଂଖ୍ୟା ଅନୁଯାୟୀ ପ୍ରତି ଶ୍ରେଣୀକୁ ଜଣେ ଲେଖାଏ ଶିକ୍ଷକ ନିଯୁକ୍ତି କରିବା,୨୦୧୧ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ପାଇଁ ଓ ଟି ଇ ଟି ଉଚ୍ଛେଦ, ପାର୍ଟ ଟାଇମ୍ ଶିକ୍ଷକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା, ଓ ଟି ଇ ଟି ଆଳରେ ନିୟମିତ ରୁ ବଞ୍ଚିତ ଗଣ ଶିକ୍ଷକଙ୍କୁ ନିୟମିତ କରିବା ଆଦି ଦାବି ନେଇ ନୂଆଗାଁ ବ୍ଲକ୍ ର ବିଭିନ୍ନ ଶିକ୍ଷକ ସଂଘ ର ନେତା ବିନାୟକ ପରିଡ଼ା,ପ୍ରଭାତୀ ମିଶ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ଗତିକ୍ରିଷ୍ଣ ପ୍ରଧାନ,ସୁଧିର କୁମାର ପ୍ରଧାନ , ସିଦ୍ଧାର୍ଥ ରତ୍ନ, ସୁଧିରଞ୍ଜନ ପରିଡ଼ା,ପୁରୁଷୋତ୍ତମ ଜାନୀ, କବିରାଜ ବିଶ୍ଵାଳ ,ବିନାୟକ ପଣ୍ଡାଙ୍କ ସମେତ ଶହେରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ନୂଆଗାଁ ଡାକ ବଙ୍ଗଳା ରୁ ବାହାରି ଶାନ୍ତିପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି କୁ ବିରୋଧ କରି , ଦାବି ଗୁଡ଼ିକୁ ସ୍ଲୋଗାନ ଦେଇ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋସ୍ନାରାଣୀ ସେଠୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ତତ୍ ସହିତ ଅନ୍ୟ କୌଣସି ବିଭାଗରେ ୟୁ ଏ ଏସ ଲାଗୁ ହୋଇନଥିବା ବେଳେ ଶିକ୍ଷା ବିଭାଗରେ ଏପରି ନିୟମ ଲାଗୁ ହୋଇଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହାକୁ ଦୃଢ ନିନ୍ଦା କରିଥଲେ । ଏପରିକି ପ୍ରଥମେ ଭିତ୍ତିଭୂମି ସଜାଡ ପରେ ୟୁ ଏ ଏସ ଲାଗୁ କରିବ ଆମେ ସ୍ବାଗତ କରିବୁ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026