ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ ପାଇଛି । ଶିକ୍ଷା ସ୍ନାତକୋତ୍ତର ବିଭାଗରେ ଅର୍ଚ୍ଚିତା ପାଣି ସର୍ବୋଚ୍ଚ ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଏହି ବିଭାଗରେ ୧୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି ଓ ଏହି ବିଭାଗର ପାସ୍ ହାର ଶତ ପ୍ରତିଶତ ହୋଇଛି ।
