ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବାଙ୍କୀ  (ଓଡ଼ିଶା ତାଜା ନ୍ୟୁଜ୍)  :-  ହରିରାଜପୁର-ଚକାପଦା ଗ୍ରାମସ୍ଥ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଅଖଣ୍ଡେଶ୍ୱର ମନ୍ଦିର ପରିସରରେ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ମନ୍ଦିର ପରିସରରେ ବଉଳ, ବେଲ ଓ ଅଶୋକ ବୃକ୍ଷରୋପଣ କରାଯାଇଛି । ରାଣୀ ଶୁକଦେଈ ମହିଳା ଗୋଷ୍ଠୀ ବାଙ୍କୀ, ଆଦର୍ଶ ଯୁବପରିଷଦ ଓ ଶ୍ରୀରାମ କମିଟିର ମିଳିତ ସହଯୋଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଶୁଭାରମ୍ଭ କରିବା ସହିତ ପବିତ୍ର ପୀଠରେ ଶ୍ରାବଣ ମାସରେ ବୃକ୍ଷ ରୋପଣ କଲେ ପୂଣ୍ୟ ହେବ ବୋଲି କହିଥିଲେ ।

ରାଣୀ ଶୁକଦେଈ ମହିଳା ଗୋଷ୍ଠୀର ସଭାନେତ୍ରୀ ପ୍ରିତିଲତା ଗିରିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଦର୍ଶଯୁବପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ଶ୍ରୀରାମକମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ, କବି ନବକିଶୋର ମହାରଣା, ସନ୍ତୋଷ କୁମାର ମଙ୍ଗୁଆଳ, ସୁଜାତା ସିଂହ, ସୁନୀତା ପ୍ରଧାନ, ପ୍ରଭାତୀ ବେହେରା, ସବିତା ମଲିକ, ରାଧାରାଣୀ ମନ୍ତ୍ରୀ, ପ୍ରତିମା ନାୟକ, ଦୁଲଣାସୁନ୍ଦରୀ ରାଉତ, ସଂଗୀତା ବେହେରା, ଓମ୍ ପ୍ରକାଶ ରଣା, ନିରଞ୍ଜନ ପଣ୍ଡା, ବାସନ୍ତୀ ମନ୍ତ୍ରୀ, ପ୍ରଣତି ପଟ୍ଟନାୟକ, କବିତା ରାଉତ, ତୁଳସୀ ସ୍ୱାଇଁ ପ୍ରମୁଖ ବହୁ ମହିଳା ଓ ଯୁବକମାନେ ଯୋଗଦାନ କରି ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ରୋପଣ କରାଯାଇଥିବା ବୃକ୍ଷଗୁଡିକର ଯତ୍ନ ନେବାପାଇଁ ସମସ୍ତେ ଶପଥ ନେଇଥିଲେ ।

Exit mobile version