ଡଭା ସରପଞ୍ଚ ଙ୍କ ବିରୁଦ୍ଧରେ ୱାର୍ଡ ମେମ୍ବର ମନଙ୍କର ଅନଶନ – ପଦ୍ମପୁର


ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର ଡଭା ସରପଞ୍ଚ ଙ୍କ ବିରୁଦ୍ଧରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ ସରପଞ୍ଚ ନିଜ ମନ ମୁଖୀ କାର୍ଯ୍ୟ କରୁଥିବା ଏବଂ କୌଣସି ବି ୱାର୍ଡ ମେମ୍ବର ଙ୍କର କଥା କୁ ଖାତିର କରୁ ନଥିବା ଇଚ୍ଛା ମୁତାବକ ସଭା କରିଥିବା ଏବଂ ସଭା ବିଷୟରେ କାହାକୁ ବି ଜଣାଉ ନଥିବା କୌଣସି ବିକାଶ ମୂଳକ କାର୍ଯ୍ୟ ପ୍ରତି ଧ୍ୟାନ ନଦେଉଥିବା ଆଦି ଅଭିଯୋଗ ନେଇ ୱାର୍ଡ ମେମ୍ବର ମନେ ପଦ୍ମପୁର ଉପ ଜିଲ୍ଲାପାଳ ଙ୍କୁ ମଧ୍ୟ ଅଭିଯୋଗ କରି ଥିଲେ । ହେଲେ କୌଣସି ଫଳ ନ ମିଳିବାରୁ ଡଭା ପଞ୍ଚାୟତ ର ମୋଟ ୧୪ ଜଣ ୱାର୍ଡ ମେମ୍ବର ଅନଶନ ରେ ବସିଛନ୍ତି ।

ସରପଞ୍ଚ ଦଶରଥ ବରିହା ଙ୍କୁ ବହିଷ୍କାର ଦାବି ନେଇ ଅନଶନ ରେ ବସିବା ସହ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ୱାର୍ଡ ମେମ୍ବର। ଲେଖନ୍ତି ରଣା, ଗାୟତ୍ରୀ ରଣା, ଚନ୍ଦ୍ରକାନ୍ତି ସାହୁ, ବୃନ୍ଦାବତୀ ମାଝୀ, ସବିକା ସୁନା, ରିଖୀରାମ ନାଏକ, ହରିଚରଣ ସାହୁ, ରାମ ସାହୁ, ମନରଞ୍ଜନ ସାହୁ, ଯଦୁମଣି ବେହେରା, ସନ୍ତୋଷ ସିଦର, ତାପସ୍ୱିନୀ ସରଫ, ହେମବତୀ ସିଦର ପ୍ରମୁଖ ୧୪ ଜଣ ୱାର୍ଡ ମେମ୍ବର ଡଭା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କୋବିଡ଼ ନିୟମ ଅନିଜୟୀ ଅନଶନ ରେ ବସିଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ଅଧିକାରୀ ଏମାନଙ୍କ ସହ ସମ୍ପର୍କ କରି ନ ଥିବାର କହିଛନ୍ତି ଅନଶନ କରି ୱାର୍ଡ ମେମ୍ବର ।  (ରିପୋର୍ଟ  – ନିରୋଜ କୁମାର ପାଣୀ)

Exit mobile version