ରା. ଉଦୟଗିରି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଅଭିଭାବକ ବୈଠକ ଅନୁଷ୍ଠିତ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍)  :- ସରକାରଙ୍କ ନିର୍ଦେଶ ପ୍ରକାରେ ରା ଉଦୟଗିରି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଦ୍ଵିତୀୟ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି | ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଶତାଧିକ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ସିଆରସିସି ଶ୍ରୀ ସୁମିଷ୍ଟ ମାଳି ଯୋଗ ଦେଇଥିଲେ l ବିଶେଶତଃ ଏହି ବୈଠକରେ ଛାତ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ଯଥା ବହିପତ୍ର,

ପୋଷାକପତ୍ର, ସାଇକେଲ ବ୍ୟବସ୍ଥା ସ୍କୋଲାରସିପ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା ହେବା ସହ ମାନନୀୟ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପ୍ରୟାସ କାର୍ଯ୍ୟକ୍ରମର ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ଶିକ୍ଷାଧିକାରୀଙ୍କ ଏହି ବଳିଷ୍ଠ ଉଦ୍ୟମ ଯୋଗୁଁ ବିଗତ ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାରେ ବ୍ଲକର ପାଞ୍ଚ ଜଣ ଛାତ୍ର ଛାତ୍ରୀ ରଂଡିବା ଉଚ୍ଚ ବିଦ୍ୟାଳୟର ଜଣେ ଭାଲିଆସାହି ଉଚ୍ଚ ବିଦ୍ୟାଳୟର ତିନି ଜଣ ଓ ମହେନ୍ଦ୍ରଗଡ଼ ହାଇସ୍କୁଲର ଜଣେ ଛାତ୍ରୀ ପ୍ରିୟଙ୍କା ଗୌଡ଼ A1 ରେ ଉତ୍ତିଣ୍ଣ ହୋଇ ଥିଲେ

ଏ ଅବସରରେ ଜିଲ୍ଲା ଶିକ୍ଷଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ତତସହିତ ଚଳିତ ବର୍ଷ ଯେପରି ବିଦ୍ୟାଳୟରେ A1 ହୋଇପାରିବ ସେଥିପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦିଆଯାଇଥିଲା | ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ବିଦ୍ୟାଳୟର ବିଭିନ୍ନ ଅସୁବିଧା ଯେପରିକି ଶିକ୍ଷକ ଅଭାବ ସହିତ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ | ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version