Home ଓଡ଼ିଶା ୭୯ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ଆଜି ଚଳିତ ବର୍ଷ ୭୯ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଅମୃତ କୁମାର ରାଉଳ,ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା,ସିଡିପିଓ ଶୁଭ୍ରକେସୀ ମଲ୍ଲିକ,ଉପ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ମତ୍ତ,କୋଷାଧ୍ୟକ୍ଷ ଅଧିକାରୀ ମନୋଜ କୁମାର ବେହେରା,ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ, ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ବର୍ଣ୍ଣ ସାରିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଚଳିତ ବର୍ଷ ୨୦୨୫ ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ସ୍ୱାଧୀନତା ଦିବସ କିପରି ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୂପେ ପାଳନ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।ଯେପରିକି ସକାଳ ୫ଘଟିକା ସମୟରେ ପ୍ରଭାତ ଫେରି,ସକାଳ ୮ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ,ସକାଳ ୯ଘଟିକା ସମୟରେ ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆରେ ପ୍ୟାରେଡ଼ କାର୍ଯ୍ୟକ୍ରମ ରହିଥିବା ବେଳେ ୧ମ ଶ୍ରେଣୀ ଠାରୁ +୩ ଡ଼ିଗ୍ରୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ପ୍ରବନ୍ଧକ, ତର୍କ, ବକୃକ୍ତା, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପ୍ରସ୍ତୁତ ହେବେ ସେ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ, ସନ୍ତୋଷ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଖଣ୍ଡୁଆଳ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ,ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ନୂଆଗାଁ ଥାନା କର୍ମଚାରୀ, ବ୍ଲକର ସମସ୍ତ କର୍ମଚାରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରମୁଖ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ରଘୁନାଥ ସାହୁ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କେନ୍ଦ୍ରାପଡ଼ା ଜିଲ୍ଲା ଟପ୍ପର ହେଲେ ଖରିନାସି ଉଚ୍ଚ ବିଦ୍ୟାଳୟର ଦେବଦର୍ଶୀ ମଣ୍ଡଳ by Proprietor Abhimanyu Maharana May 4, 2026 ପୁସ୍ତକ "ଶାକ୍ୟମୁନି ଗୌତମ" ଉନ୍ମୋଚିତ by Proprietor Abhimanyu Maharana May 4, 2026 ଆଉ ନାହାନ୍ତି ବିଶିଷ୍ଟ ଲେଖିକା ଛାୟାପୂରବି by Proprietor Abhimanyu Maharana May 4, 2026 ରାଷ୍ଟ୍ରୀୟ ପତ୍ରକାର ସଂଘ, ଭାରତର ରାଷ୍ଟ୍ରୀୟ ଅଧୂବେଶନ ଝାଡ଼ଖଣ୍ଡର ଧାନବାଦ ଠାରେ ମହାସମାରୋହରେ ଅନୁଷ୍ଠିତ by Proprietor Abhimanyu Maharana May 4, 2026 ବାଲିପାଟଣାର ଛାତ୍ର ଅଂଶୁମାନ ୫୭୩ ରଖି ଖୋର୍ଦ୍ଧା ଜିଲ୍ଲାର ଟପର୍ by Proprietor Abhimanyu Maharana May 4, 2026 ୫୮ ତମ ବାର୍ଷିକ ଉତ୍ସବ ଓ ପୂର୍ଣାନନ୍ଦ ଭକ୍ତ ସମ୍ମିଳନୀ by Proprietor Abhimanyu Maharana May 4, 2026