ବିରୁପାକ୍ଷ ତ୍ରିପାଠୀ ପାଇଲେ ସଂଗ୍ରାମୀ ଧୀରେନ୍ଦ୍ର ମିଶ୍ର ସମ୍ମାନ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ମାହାଙ୍ଗା ବ୍ଲକ ଭେଡା ଗ୍ରାମରେ ଜନ୍ମିତ ସୁପରିଚିତ ସ୍ଵାଧୀନତା ସଂଗ୍ରାମୀ ଚୌଧୁରୀ ଧୀରେନ୍ଦ୍ର ନାଥ ମିଶ୍ରଙ୍କ ସ୍ମୃତି ସଭା ଶିକ୍ଷାବିତ୍ ତ୍ରିଲୋଚନ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । କଟକ ଟାଉନ ହଲ ଠାରେ ଅନୁଷ୍ଠିତ ସମାରୋହରେ ନାଟ୍ୟକାର ଡକ୍ଟର କିଶୋର ମହାନ୍ତି, ପ୍ରଧ୍ୟାପିକା ଚିନ୍ମୟୀ ମହାନ୍ତି, ଗୀତିକାର ବିଶେଶ୍ୱର ମହାନ୍ତି ଅତିଥି ଭାବରେ ଯୋଗଦେଇ ସଂଗ୍ରାମୀ ଚୌଧୁରୀ ଧୀରେନ୍ଦ୍ର ନାଥ ମିଶ୍ରଙ୍କ ତ୍ୟାଗ ଓ ଦେଶସେବା ବିଷୟରେ ଆଲୋଚନା କରିଥିଲେ ।

ଏଇ ଅବସରରେ ସ୍ଵାଧୀନତା ସଂଗ୍ରାମୀ ପରିବାରର ଦାୟାଦ ତଥା ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀଙ୍କୁ ସଂଗ୍ରାମୀ ଚୌଧୁରୀ ଧୀରେନ୍ଦ୍ର ନାଥ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ତ୍ରିଲୋଚନ ଦାଶ ସ୍ଵାଗତ ଭାଷଣ ଦେଇଥିଲାବେଳେ ନିହାର ବାଳା ପଟ୍ଟନାୟକ ମଞ୍ଚ ଉପସ୍ଥାପନା କରିଥିଲେ । ଏଥିରେ ସମାଜ ସେବୀ ସଂଗ୍ରାମ କେଶରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚୌଧୁରୀ ମିଶ୍ରଙ୍କ ସ୍ମୃତିରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏଥିରେ ରେଖାବାଳା ପଣ୍ଡା,ତରଙ୍ଗବାଳ। ତ୍ରିପାଠୀ, ଅଶ୍ଵିନୀ ପଣ୍ଡା । ଅଂଶୁମାନ ପଣ୍ଡା। ଚୌଧୁରୀ ପ୍ରଦୀପ ମିଶ୍ର, ପୂର୍ଣ୍ଣିମା ମିଶ୍ର,”ବିଭୁବୈଭବ”ର ସମ୍ପାଦକ ଲୋକଶିକ୍ଷକ ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟ ,କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି,ମୀରା ମହାନ୍ତି,ଅଶ୍ବିନୀ ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ତଥା ସମାଜସେବୀ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମୀଙ୍କର ସ୍ମୃତିଚାରଣ କରିଥିଲେ । ଶେଷରେ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version