ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୧ରୁ ୮ ପର୍ଯ୍ୟନ୍ତ ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଓ ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗୋପାଳପୁର ବିଚ୍ରେ ଏକ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଏହି ଘଟଣା ମାନବତା ଉପରେ ଏକ ଅତ୍ୟନ୍ତ ନିନ୍ଦନୀୟ ଆକ୍ରମଣର ଅତୁଟ ପ୍ରମାଣ ଦେଉଛି । ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରାଯାଇଥିଲା । ଏହି ଅମାନବୀୟ କାର୍ଯ୍ୟ ସମାଜରେ ଭୟର ବାତାବରଣ ସୃଷ୍ଟି କରିଛି ।
