Home ଓଡ଼ିଶା ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ (ଏଇଏସ୍ଏଲ) ଆଗାମୀ କାଲିର ସମସ୍ୟା ସମାଧାନକାରୀ ହେବା ନିମନ୍ତେ ଛାତ୍ର ଛାତ୍ରୀଙ୍କୁ ସଶକ୍ତ କରୁଥିବା ଆନ୍ଥେ ୨୦୨୫ ପ୍ରଚଳନ ସହିତ ଆନ୍ଥେର ଗୌରବାବହ ୧୬ ବର୍ଷ ପାଳନ କରୁଛି by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ୫ମ ରୁ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ୧୦୦% ପର୍ଯ୍ୟନ୍ତ ବୃତ୍ତି ଏବଂ ୨.୫ କୋଟି ଟଙ୍କାର ନଗଦ ଅର୍ଥ ପୁରସ୍କାର ଘୋଷିତ ବୃତ୍ତି ଓ ଆକାଶ ଇନ୍ଭିକ୍ଟସ୍ରେ ନାମଲେଖା ନିମନ୍ତେ ଏଇଏସ୍ଏଲ ପ୍ରଚଳନ ଶୁଭାରମ୍ଭ କରୁଛି ଆକାଶ ଇନ୍ଭିକ୍ଟସ୍ ଏସ୍ ପରୀକ୍ଷା – ଆନ୍ଥେ ୨୦୨୫ ଅକ୍ଟୋବର ୪-୧୨ ଅନ୍ଲାଇନ ଓ ଅଫ୍ଲାଇନରେ ଅନୁଷ୍ଠିତ ହେବ । – କ୍ଲାସରୁମ୍, ଆକାଶ ଡିଜିଟାଲ ଏବଂ ଇନ୍ଭିକ୍ଟସ୍ ପାଠ୍ୟକ୍ରମଗୁଡିକ ନିମନ୍ତେ ବୃତ୍ତି ପ୍ରଦାନ କରାଯିବ । – ଗତବର୍ଷ ୧ ନିୟୁତରୁ ଅଧିକ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେବା ସହିତ ଏହା ଏକ ରେକର୍ଡ ସୃଷ୍ଟି କରିଥିଲା । – ଅନେକ ଟପ୍ପର୍ (ଏନଇଇଟି ୟୁଜି, ଜେଇଇ ମେନ୍ ଏବଂ ଆଡଭାନ୍ସଡ) ସେମାନଙ୍କ ଯାତ୍ରା ଆନ୍ଥେ ସହିତ ଆରମ୍ଭ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଏନଇଇଟି ୨୦୨୫ ଶୀର୍ଷ ୧୦୦ ଜଣଙ୍କ ମଧ୍ୟରୁ ୨୨ ଜଣ ଏବଂ ଜେଇଇ ଆଡ୍ଭାନ୍ସଡ ୨୦୨୫ର ଶ୍ରେଷ୍ଠ ୧୦୦ଙ୍କ ମଧ୍ୟରୁ ୧୦ ଜଣ ରହିଥିଲେ । – ଏଇଏସ୍ଏଲ ମଧ୍ୟ ୨୦୨୫ ଅଗଷ୍ଟ ୨୪, ୩୧ ଏବଂ ସେପ୍ଟେମ୍ବର ୭ ତାରିଖରେ ହେବାକୁ ଯାଉଥିବା ଆଡଭାନ୍ସଡ ଜେଇଇ ନିମନ୍ତେ ପ୍ରସ୍ତୁତି ଆବଶ୍ୟକ କରୁଥିବା ୮ମରୁ ୧୨ଶ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏକ ଜାତୀୟସ୍ତରର ବୃତ୍ତି ପରୀକ୍ଷା ଆକାଶ ଇନ୍ଭିକ୍ଟସ୍ ଏସ୍ ଟେଷ୍ଟ ପ୍ରଚଳନ କରିଛି । – ପଞ୍ଜିକରଣ ଉନ୍ମୁକ୍ତ ରହିଛି ଏବଂ ଛାତ୍ରଛାତ୍ରୀ /ପିତା ମାତା https://anthe.aakash.ac.in/home ରେ ଅନ୍ଲାଇନରେ ଆବେଦନ କରିପାରିବେ ଅଥବା ସେମାନେ ନିଜ ସହରରେ ଥିବା ନିକଟସ୍ଥ ଆକାଶ ଇନ୍ଷ୍ଟିଚ୍ୟୁଟ ସେଣ୍ଟରକୁ ଯାଇ ସେଠାରେ ଆବେଦନ କରିପାରିବେ । – ଇନ୍ଭିକ୍ଟସ ଏସ୍ ଟେଷ୍ଟ ନିମନ୍ତେ https://www.aakash.ac.in/invictus-ace ରେ ପଞ୍ଜିକରଣ କରନ୍ତୁ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଛାତ୍ର ଛାତ୍ରୀଙ୍କର ଆକାଂକ୍ଷାକୁ ସଫଳତାରେ ରୂପାନ୍ତରଣ କରିବାରେ ସଫଳତାର ୧୬ବର୍ଷ ଅବସରରେ ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ତରରେ ଅଗ୍ରଣୀ ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡ (ଏଇଏସ୍ଏଲ) ଗର୍ବର ସହିତ ତାହାର ପ୍ରମୁଖ ପ୍ରୟାସ- ଆନ୍ଥେ ୨୦୨୫ (ଆକାଶ ନ୍ୟାସନାଲ ଟାଲେଣ୍ଟ ହଣ୍ଟ୍ ଏକ୍ଜାମ) ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଭାରତୀୟ ଶିକ୍ଷା କ୍ୟାଲେଣ୍ଡରରେ ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଆନ୍ଥେ ୨୦୨୫ ପଞ୍ଚମରୁ ଦ୍ୱାଦଶ ଏବଂ ଦ୍ୱାଦଶରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଆହ୍ୱାନର ଊର୍ଦ୍ଧ୍ୱକୁ ଉଠି ବାସ୍ତବ ସମସ୍ୟା ସମାଧାନକାରୀ ଭାବରେ ଉଭା ହେବା ନିମନ୍ତେ ସଶକ୍ତ କରିବା ଲକ୍ଷ୍ୟ ରଖିଛି । ଆନ୍ଥେର ଲକ୍ଷ୍ୟ :- – ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାର ପରମ୍ପରା ଜାରି ରଖିବା ଏବଂ ସେମାନଙ୍କ ଠାରେ ଥିବା ସମ୍ଭାବନା ଏବଂ ସେମାନଙ୍କ ସାମର୍ଥ୍ୟ ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବାରେ ସେମାନଙ୍କୁ ସହାୟତା କରିବା । – ଛାତ୍ର ଛାତ୍ରୀଙ୍କୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକ ନିମନ୍ତେ ପ୍ରସ୍ତୁତିରେ ସହାୟକ ହେବା ନିମନ୍ତେ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା । – ସେମାନଙ୍କୁ ନିଜର ପ୍ରସ୍ତୁତି ସମ୍ପର୍କରେ ଆକଳନ କରିବାରେ ସହାୟତା କରିବାକୁ ସବର୍ଭ ।ରତୀୟ ର୍ୟାଙ୍କ ଏବଂ ତାହାସହିତ ରାଜ୍ୟ ର୍ୟାଙ୍କ ଯୋଗାଇଦେବା ଗୁଣାତ୍ମକ ଶିକ୍ଷାର ସାର୍ବଜନୀନ ସୁଯୋଗ ପ୍ରଦାନ ଲକ୍ଷ୍ୟକୁ ଆଗେଇ ନେଇ ଆନ୍ଥେ ୨୦୨୫ କ୍ଳାସରୁମ୍, ଆକାଶ ଡିଜିଟାଲ ଏବଂ ଇନ୍ଭିକ୍ଟସ୍ ପାଠ୍ୟକ୍ରମଗୁଡିକ ନିମନ୍ତେ ମୋଟ ୨୫୦ କୋଟି ଟଙ୍କା ମୂଲ୍ୟର ୧୦୦% ପର୍ଯ୍ୟନ୍ତ ବୃତ୍ତି ପ୍ରଦାନ କରୁଛି ଏବଂ ତାହାସହିତ ଉଲ୍ଳେଖନୀୟ ୨.୫ କୋଟି ଟଙ୍କା ପରିମାଣର ନଗଦ ଅର୍ଥ ପୁରସ୍କାର ଛାତ୍ର ଛାତ୍ରୀଙ୍କୁ ମେଡିସିନ ଅଥବା ଇଞ୍ଜିନିୟରିଂରେ ଏକ ସଫଳ କ୍ୟାରିୟର କରିବାର ସ୍ୱପ୍ନ ସାକାର କରିବାରେ ସହାୟକ ହେଉଛି । ଏହି ପରୀକ୍ଷା ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏନଇଇଟି, ଜେଇଇ, ରାଜ୍ୟ ସିଇଟି, ଏନଟିଏସ୍ଇ ଏବଂ ଅଲିମ୍ପିଆଡ ଆଦି ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକରେ ଆକାଶର ଅଭିଜ୍ଞ ଅଧ୍ୟାପକମଣ୍ଡଳୀ ଦ୍ୱାରା ଦିଆଯାଉଥିବା ସର୍ବୋତ୍ତମ କୋଚିଂର ସୁବିଧା ନେବା ନିମନ୍ତେ ଦ୍ୱାର ଉନ୍ମୁକ୍ତ କରୁଛି । ଏହି ପ୍ରତିବଦ୍ଧତା ସହିତ ଆକାଶ ମଧ୍ୟ ୮ମରୁ ୧୨ଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ୍ ନିମନ୍ତେ ଆକାଶ ଇନ୍ଭିକ୍ଟସ୍ ଜେଇଇ ଆଡଭାନ୍ସଡ ପ୍ରସ୍ତୁତି ନିମନ୍ତେ ନାମଲେଖା ପାଇଁ ଏକ ବୃତ୍ତି ପରୀକ୍ଷା ଇନ୍ଭିକ୍ଟସ୍ ଏସ୍ ଟେଷ୍ଟ ପ୍ରଚଳନ କରୁଛି । ଏହି ଜାତୀୟ-ସ୍ତରର ଯୋଗ୍ୟତା-ତଥା-ବୃତ୍ତି ପରୀକ୍ଷା ୨୦୨୫ ଅଗଷ୍ଟ ୨୪, ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୭ ତାରିଖରେ ଅନୁଷ୍ଠିତ ହେବ । ତିନିଘଣ୍ଟା ଅବଧିର ପରୀକ୍ଷା (ପୂର୍ବାହ୍ନ ୧୦.୦୦ ଟାରୁ ଅପରାହ୍ଣ ୧.୦୦ ପର୍ଯ୍ୟନ୍ତ) ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ପଦ୍ଧତିରେ ଉପଲବ୍ଧ ହେଉଛି ଏବଂ ଏଥିପାଇଁ ୩୦୦ ଟଙ୍କାର ଆବେଦନ ଦେୟ ରଖାଯାଇଛି । ଯେଉଁମାନେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃତ୍ତି ଏବଂ ଆକର୍ଷଣୀୟ ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ଆକାଶ ଇନ୍ଭିକ୍ଟସ୍ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଦିଲ୍ଲୀ-ଏନ୍ସିଆର, ଚେନ୍ନାଇ, ବେଙ୍ଗାଲୁରୁ, ଲକ୍ଷେ୍ନା÷, ମିରଟ, ପ୍ରୟାଗରାଜ, ଡେରାଡୁନ, ଭୋପାଳ, ଇନ୍ଦୋର, ଅହମଦାବାଦ, ଚଣ୍ଡିଗଡ, ରୋହତକ, ହାଇଦରାବାଦ, ନମକ୍ମାଲ, କୋଏମ୍ବାଟୁର, ଭୁବନେଶ୍ୱର, ରାଞ୍ଚି, ତ୍ରିଚି, ଭାଇଜାଗ, ମୁମ୍ବାଇ, କୋଲକାତା, ଦୁର୍ଗାପୁର ଏବଂ ପାଟନା ଆଦି ସ୍ୱତନ୍ତ୍ର ଇନ୍ଭିକ୍ଟସ୍ ସେଣ୍ଟରଗୁଡିକରେ ଉପଲବ୍ଧ ହେଉଛି । ଶ୍ରୀ ଦୀପକ ମେହରୋତ୍ରା, ସିଇଓ ଏବଂ ଏମ୍ଡି, ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡ (ଏଇଏସ୍ଏଲ) ଉଲ୍ଲେଖ କରି କହିଥିଲେ, “ଆନ୍ଥେ ସମଗ୍ର ଭାରତରେ ଛାତ୍ର ଛାତ୍ରୀଙ୍କ ପାଇଁ ସମ୍ଭାବନାର ଏକ ପ୍ରତୀକ ପାଲଟିଛି । ବିଗତ ୧୬ବର୍ଷ ଧରି ଆମେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ଆର୍ଥିକ ପୃଷ୍ଠଭୂମି ଅଥବା ଅବସ୍ଥାନ ନିର୍ବିଶେଷରେ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସମର୍ଥ କରାଇଛୁ । ଆକାଶରେ ଆମର ବିଶ୍ୱାସ ଯେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର ଜଣେ ଜଣେ ସମସ୍ୟା ସମାଧାନକାରୀ ହେବାର ସାମର୍ଥ୍ୟ ରହିଛି, ଯିଏ ଅତ୍ୟନ୍ତ ଜଟିଳ ଦିଗରୁ ଚିନ୍ତନ କରିପାରିବେ, ବିଜ୍ଞତାର ସହିତ ଚାଲେଞ୍ଜଗୁଡିକର ମୁକାବିଲା କରିବେ ଏବଂ ପ୍ରଭାବ ସୃଷ୍ଟି କରିପାରିବେ । ଆନ୍ଥେ ୨୦୨୫ ଉପଯୁକ୍ତ ଛାତ୍ର ଛାତ୍ରୀଙ୍କୁ ଉପରକୁ ଉଠିବା ଏବଂ ଚମକିବା ନିମନ୍ତେ ସମ୍ବଳ, ସମର୍ଥନ ଏବଂ ପ୍ରେରଣା ଯୋଗାଇଦେବାର ପରମ୍ପରାକୁ ବଜାୟ ରଖିଛି । ଆମର ପରିବ୍ୟାପ୍ତ ନେଟୱର୍କ ଏବଂ ହାଇବ୍ରିଡ ଶିକ୍ଷଣ ଆଭିମୁଖ୍ୟ ସହିତ ଆମେ ଗୁଣାତ୍ମକ ଶିକ୍ଷାକୁ ବାସ୍ତବରେ ସମାବେଶୀ ଏବଂ ଫଳାଫଳ-କୈନ୍ଦ୍ରିକ କରି ଗଢିତୋଳୁଛୁ ।” ଚଳିତ ବର୍ଷ ଠାରୁ ଆଗକୁ ଆମେ ମଧ୍ୟ ବୃତ୍ତି ଏବଂ ଆଡ୍ଭାନ୍ସଡ ଜେଇଇ ପ୍ରସ୍ତୁତି ନିମନ୍ତେ ସମ୍ମାନଜନକ ଆକାଶ ଇନ୍ଭିକ୍ଟସ୍ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଇନ୍ଭିକ୍ଟସ୍ ଏସ୍ ଟେଷ୍ଟ ପ୍ରଚଳନ କରୁଛୁ, ଯାହା ମୂଳ ବିଷୟବସ୍ତୁଗୁଡିକ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କର ବୋଧଗମ୍ୟତା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକ ନିମନ୍ତେ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ମୂଲ୍ୟାୟନ କରିବାକୁ ଚିନ୍ତାଶୀଳ ଭାବରେ ଡିଜାଇନ କରାଯାଇଛି ।” ଆନ୍ଥେ ବିଗତ ବର୍ଷଗୁଡିକରେ ଶୀର୍ଷ ସଫଳତା ହାସଲକାରୀଙ୍କ ପରିପୋଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି । ୨୦୨୫ରେ ୧ ନିୟୁତରୁ ଅଧିକ ଛାତ୍ର ଛାତ୍ରୀ ଏହି ପରୀକ୍ଷା ଦେଇଥିଲେ, ଯାହା ଦେଶରେ ଅନ୍ୟତମ ସର୍ବବୃହତ ବୃତ୍ତି ପରୀକ୍ଷା ହୋଇଥିଲା । ଏଇଏସ୍ଏଲର ସାମ୍ପ୍ରତିକ ଟପ୍ପର ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଅନେକ ସେମାନଙ୍କ ଶିକ୍ଷାଗତ ଯାତ୍ରା ଆନ୍ଥେ ସହିତ ଆରମ୍ଭ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଏନ୍ଇଇଟିର ଶୀର୍ଷ ୧୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୨୨ ଜଣ ଏବଂ ଜେଇଇ ଆଡ୍ଭାନ୍ସଡ ୨୦୨୫ର ଶୀର୍ଷ ୧୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୦ ଜଣ ସେମାନଙ୍କ ଯାତ୍ରା ଆନ୍ଥେରୁ ଆରମ୍ଭ କରିଥିଲେ । ଏହି ପରୀକ୍ଷା ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନରେ ପରିଚାଳିତ ହେବ, ଯଦ୍ଦ୍ୱାରା ସମଗ୍ର ଭାରତରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ନମନୀୟତା ଏବଂ ପହଞ୍ଚ ସୁନିଶ୍ଚିତ କରାଯାଇପାରିବ । ଆନ୍ଥେ ୨୦୨୫ର ଅନ୍ଲାଇନ ପଦ୍ଧତି ୨୦୨୫ ଅକ୍ଟୋବର ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ, ଯେଉଁ ସମୟରେ ଛାତ୍ର ଛାତ୍ରୀ ସେମାନଙ୍କ ସୁବିଧା ଅନୁଯାୟୀ ଏକ ଘଣ୍ଟିଆ ଅବଧିକୁ ବାଛିପାରିବେ । ଅଫ୍ଲାଇନ ପରୀକ୍ଷା ୨୦୨୫ ଅକ୍ଟୋବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦେଶର ୨୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ୪୧୫ଟି ଆକାଶ ସେଣ୍ଟରରେ ଅନୁଷ୍ଠିତ ହେବ । ଆନ୍ଥେ ୨୦୨୫ ନିମନ୍ତେ ପଞ୍ଜିକରଣ ସମ୍ପ୍ରତି ଉନ୍ମୁକ୍ତ ରହିଛି । ଛାତ୍ର ଛାତ୍ରୀ ଅନ୍ଲାଇନରେ https://anthe.aakash.ac.in/home ରେ ପଞ୍ଜିକରଣ କରିପାରିବେ ଅଥବା ସେମାନେ ନିକଟସ୍ଥ ଆକାଶ ସେଣ୍ଟରକୁ ଯାଇ ତାହା ସେଠାରେ କରିପାରିବେ । ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ପଦ୍ଧତି ନିମନ୍ତେ ପରୀକ୍ଷା ଦେୟ ୩୦୦ ଟଙ୍କା ରଖାଯାଇଛି । ଶୀଘ୍ର ଆବେଦନ କରୁଥିବା ଛାତ୍ର ଛାତ୍ରୀଙ୍କ ନିମନ୍ତେ ଫ୍ଲାଟ ୫୦% ରିହାତି ଉପଲବ୍ଧ ହେଉଛି । ଆବେଦନ ଫର୍ମ ଦାଖଲର ଶେଷ ତାରିଖ ସେମାନେ ଅନ୍ଲାଇନ ପରୀକ୍ଷା ନିମନ୍ତେ ମନୋନୀତ କରୁଥିବା ତାରିଖର ତିନିଦିନ ପୂର୍ବ ଏବଂ ସ୍ଥିର କରୁଥିବା ଅଫ୍ଲାଇନ ପରୀକ୍ଷା ତାରିଖର ସାତଦିନ ପୂର୍ବ ତାରିଖ ହେବ । ଆଡମିଟ୍ କାର୍ଡଗୁଡିକ ସଂପୃକ୍ତ ପରୀକ୍ଷା ତାରିଖର ପାଞ୍ଚଦିନ ପୂର୍ବରୁ ଯୋଗାଇ ଦିଆଯିବ । ଆନ୍ଥେ ୨୦୨୫ର ଫଳାଫଳ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ । ଦଶମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପରୀକ୍ଷା ଫଳ ୨୦୨୫ ଅକ୍ଟୋବର ୨୪ ତାରିଖରେ ଘୋଷଣା କରାଯିବାକୁ ଥିବାବେଳେ ୭ମରୁ ୯ମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପରୀକ୍ଷା ଫଳ ୨୦୨୫ ଅକ୍ଟୋବର ୨୯ ତାରିଖରେ ଘୋଷଣା କରାଯିବ । ୫ମ ଓ ୬ଷ୍ଠ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ୨୦୨୫ ନଭେମ୍ବର ୧ ତାରିଖରେ ଘୋଷଣା ହେବ । ଏକାଦଶ ଏବଂ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳ ୨୦୨୫ ନଭେମ୍ବର ୪ ତାରିଖରେ ଘୋଷଣା କରାଯିବ । ସମସ୍ତ ଫଳାଫଳ ଆନ୍ଥେର ଆନୁଷ୍ଠାନିକ ୱେବସାଇଟରେ ଉପଲବ୍ଧ ହେବ । ଆନ୍ଥେ ଏକ ଘଣ୍ଟା ଅବଧିର ପରୀକ୍ଷା ହେବ ଏବଂ ଏହାର ମୋଟ ନମ୍ବର ୯୦ ରହିବ ଯେଉଁଥିରେ ଛାତ୍ର ଛାତ୍ରୀଙ୍କର ଶ୍ରେଣୀ ଏବଂ ସେମାନେ ଆକାଂକ୍ଷା ରଖୁଥିବା ଶୃଙ୍ଖଳା ଆଧାରରେ ୪୦ଟି ମଲ୍ଟିପଲ-ଚଏସ୍ ପ୍ରଶ୍ନ ସ୍ଥାନ ପାଇବ । ୫ମରୁ ୯ମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ମ୍ୟାଥେମାଟିକ୍ସ ଏବଂ ମେଣ୍ଟାଲ ଆବିଲିଟିରୁ ରହିବ । ଡାକ୍ତରୀ ଶିକ୍ଷା ନିମନ୍ତେ ଆକାଂକ୍ଷା ରଖୁଥିବା ଦଶମ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଏବଂ ମେଣ୍ଟାଲ ଆବିଲିଟିରୁ ଆସିବ । ସେହି ସମୟରେ ଇଞ୍ଜିନିୟରିଂ ଶିକ୍ଷା ପାଇଁ ଆଗ୍ରହ ରଖୁଥିବା ଦଶମ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥେମାଟିକ୍ସ ଏବଂ ମେଣ୍ଟାଲ ଆବିଲିଟିରୁ ଆସିବ । ଅନୁରୂପ ଭାବରେ ଏନଇଇଟି ପାଇଁ ଆଗ୍ରହୀ ଏକାଦଶରୁ ଦ୍ୱାଦଶ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି, ବଟାନି ଏବଂ ଜୁଲୋଜିରୁ ପ୍ରଶ୍ନ ଆସିବାକୁ ଥିବାବେଳେ ସେହି ଶ୍ରେଣୀଗୁଡିକର ଇଞ୍ଜିନିୟରିଂ ପାଇଁ ଆଗ୍ରହୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରଶ୍ନଗୁଡିକ ଫିଜିକ୍ସ, କେମିଷ୍ଟ୍ରି ଏବଂ ମ୍ୟାଥେମାଟିକ୍ସରୁ ଆସିବ । ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡ (ଏଇଏସ୍ଏଲ) ଦୁଇଟି ପ୍ରଭାବଶାଳୀ ପ୍ରୟାସ ଯଥା: ଆକାଶ ଡିଜିଟାଲ ୨.୦ ଏବଂ ଆକାଶ ଇନ୍ଭିକ୍ସସ୍ ସହିତ ଟେଷ୍ଟ ପ୍ରସ୍ତୁତିକୁ ପୁନଃଭାଷିତ କରୁଛି । ଆକାଶ ଡିଜିଟାଲ ୨.୦ ଏକ ଏକୀକୃତ, ଏଆଇ-ପରିଚାଳିତ ଶିକ୍ଷଣ ପ୍ଲାଟଫର୍ମ ଯାହା ସମସ୍ତ ଏଇଏସ୍ଏଲ ସେବାଗୁଡିକ ଅନ୍ଲାଇନରେ ଯୋଗାଇ ଦେଉଛି ଏବଂ ଏହା ଏନ୍ଇଇଟି, ଜେଇଇ, ଏବଂ ଅଲିମ୍ପିଆଡ ନିମନ୍ତେ ବ୍ୟକ୍ତିକୈନ୍ଦ୍ରିକ, ସୁଲଭ ଏବଂ ଉଚ୍ଚ-ପ୍ରଭାବୀ କୋଚିଂ ହୋଇଛି । ଏହାକୁ ଅଧିକ ପରିପୂରକ କରିବାକୁ ଯାଇ ଆକାଶ ଇନ୍ଭିକ୍ସସ୍ ପ୍ରଚଳନ କରାଯାଇଛି, ଯାହା ଭାରତର ଉଜ୍ଜ୍ୱଳତମ ଇଞ୍ଜିନିୟରିଂ ଆକାଂକ୍ଷାଧାରୀଙ୍କ ନିମନ୍ତେ ଏହି ଧରଣର ପ୍ରଥମ ଏକ ଉଚ୍ଚ ଗୁଣମାନର ଜେଇଇ ଆଡ୍ଭାନ୍ସଡ କୋଚିଂ ପାଠ୍ୟକ୍ରମ ହୋଇଛି । ଛୋଟ ଛୋଟ ବ୍ୟାଚରେ ଏବଂ ୫୦୦ ଶୀର୍ଷସ୍ତରର ଜେଇଇ ଅଧ୍ୟାପକମଣ୍ଡଳୀ, ଏଆଇ-ପରିଚାଳିତ ଅନ୍ତର୍ଦୃଷ୍ଟି, ସ୍ୱତନ୍ତ୍ର ପାଠ୍ୟକ୍ରମ ବିଷୟବସ୍ତୁ ଏବଂ ତାହାସହିତ ବ୍ୟାପକ ରିଭିଜନ ଏବଂ ପରୀକ୍ଷଣ ମଡ୍ୟୁଲ ସହିତ ଇନ୍ଭିକ୍ସସ୍ ନିର୍ଦ୍ଦିଷ୍ଟ ଲକ୍ଷ୍ୟ କୈନ୍ଦ୍ରିକ, ଫିଜିଟାଲ ଶିକ୍ଷଣ ବ୍ୟବସ୍ଥା ଶୀର୍ଷ ଆଇଆଇଟି ର୍ୟାଙ୍କ ଅଥବା ବୈଶ୍ୱିକ ଇଞ୍ଜିନିୟରିଂ ପ୍ରତିଷ୍ଠାନଗୁଡିକ ନିମନ୍ତେ ଲକ୍ଷ୍ୟ ରଖୁଥିବା ଛାତ୍ର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି by Proprietor Abhimanyu Maharana June 14, 2026 ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ by Proprietor Abhimanyu Maharana June 14, 2026 ବିରିଡିରେ ରଜ ଉଚ୍ଛବ ପାଳିତ by Proprietor Abhimanyu Maharana June 13, 2026 Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha by Proprietor Abhimanyu Maharana June 13, 2026 समाज के आर्थिक रूप से कमजोर परिवारों को आर्थिक सहायता by Proprietor Abhimanyu Maharana June 13, 2026 ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା by Proprietor Abhimanyu Maharana June 13, 2026