କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସଫେଇ ଅପ୍ନାଓ ବିମାରି ଭଗାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ପକ୍ଷରୁ ଗୁରୁବାର ସଫେଇ ଅପ୍ନାଓ ବିମାରି ଭଗାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ସହର ର ରାଜୀବ ଛକ ସହ ଅନ୍ଯ ଜନଗହଳିପୁର୍ଣ୍ଣ ସ୍ଥାନ ରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ପରେ କଣ୍ଟାବାଞ୍ଜି ଏନଏସି କାର୍ଯ୍ଯାଳୟ ପରିସର ରେ ସଚେତନ ସଭା ର ଆୟୋଜନ କରାଯାଇଥଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା, ଉପ ନଗରପାଳ ମନୋରମା ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵନାଥ ଖାଲଖୋ,

କାଉନସିଲର ଲଲିତ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଏମେଇ ଅଶୋକ ପଟ୍ଟନାୟକ ମଞ୍ଚ ପରିଚାଳନା କରୁଥଲେ। ରାଜ୍ଯ ସରକାର ଙ୍କ ନିର୍ଦ୍ଦେଶ ରେ ଗତ ୧ ତାରିଖ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦିର୍ଘ ଏକ ମାସ ଧରି ସହର ର ସମସ୍ତ ୱାର୍ଡ ରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି। ନିଜେ ସ୍ବଚ୍ଛତା ରହିବା ସହ ପରିବେଶ କୁ ସ୍ବଚ୍ଛତା ରଖି ସଫେଇ ଅପ୍ନାଓ ବିମାରି ଭଗାଓ ବୋଲି ଅତିଥି ମାନେ ତାଙ୍କ ଅବିଭାଷଣରେ କହିଥିଲେ।

ଏହି ଅବସରେ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲ ମେଡିକାଲ ଅଫିସର ଡାକ୍ତର ରାକେଶ ପଣ୍ଡିତ ଙ୍କ ତତ୍ତ୍ଵାବଧାନ ରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଯେଉଁଥିରି କଣ୍ଟାବାଞ୍ଜି ଏନଏସିର ସଫେଇ କର୍ମଚାରୀଙ୍କ ସହ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷ ନିଜ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ କାଉନସିଲର ସୂର୍ଯ୍ୟ ପ୍ରତାପ ମିଶ୍ର, ବିକାଶ ତରିଆ,ନିିଳକଣ୍ଠ ସତପଥି, ବିଜେପି ନେତା ବେଦବ୍ୟାସ ନାଗ, ପପୁ ଜୁଏଡ, ସହ ଏନଏସି ର ସମସ୍ତ କର୍ମଚାରୀଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

Exit mobile version