କଣ୍ଟାବାଞ୍ଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ହା କଣ୍ଟାବାଞ୍ଜି ଆଜି ଅଶୋକ ନଗର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ଷଡ଼ଙ୍ଗୀ ଅବସର ଗ୍ରହଣ କରିଛନ୍ତି । ଏହି ଉବସରରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ତରଫ ରୁ ଏକ ଭବ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ନୋଡାଲ ସ୍କୁଲ୍ ରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ ତୁରେକେଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇ ଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଓ ଜଗବନ୍ଧୁ ମାଝୀ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ ।

ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ବ କରିଥିବା ବେଳେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର କର୍ମୀ ଦୀନେଶ ମହାନନ୍ଦ ଓ ଶିକ୍ଷୟିତ୍ରୀ ଅଞଳୀ ମାଝୀ ମଞ୍ଚ ପରିଚାଳନା କରିଥିଲେ । ଜୟନ୍ତୀ ଷଡ଼ଙ୍ଗୀ ଦିଦି ୩୮ବର୍ଷ ଶିକ୍ଷକତା କଲା ପରେ ଅବସର ଗ୍ରହଣ କରିଥିଲେ । 

ସମସ୍ତେ ତାଂକ ଚାକିରି କାଳ କୁ ବଖାଣି ଥିଲେ । ଉକ୍ତ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଂକୁ ପେନସନ କାଗଜ ପତ୍ର ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ ଲତା ଦାସ, ନିରୁପମା ମିଶ୍ର, ସବିତା ରଣା, ବୀଣାପାଣି ଦାଶ, ଲାବନ୍ୟା ବତୀ ଧରୁଆ , ସଂଘମିତ୍ରା ପାଣିଗ୍ରାହୀ, ଶାନ୍ତି ଲତା ଭୋଇ, ସୁଭାଷିନୀ ମେହେର ଓ ସାଧନ କେନ୍ଦ୍ର ର ସମୂହ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ।

Exit mobile version