Home ଓଡ଼ିଶା ରାଜ୍ୟରେ ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପ୍ରସଙ୍ଗ ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଦୁର୍ଭାଗ୍ୟଜନକ : ବିଜେଡି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଅପରାଧୀ ଉପରମୁହାଁ, ସରକାର ଉପାୟଶୂନ୍ୟ ବିଜେପି ସଂଖ୍ୟାଲଘୁ ସେଲ୍ ସଭାପତିଙ୍କ ପତ୍ନୀ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ନିର୍ଯାତିତ ଯାଜପୁର ଜିଲ୍ଲାରେ କର୍ତ୍ତବ୍ୟରତ ମହିଳା ପୋଲିସ୍ ବି ସୁରକ୍ଷିତ ନାହାନ୍ତି ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୋଲିସ୍ ଏତଲା ଗ୍ରହଣ ନ କରିବା ଉଦ୍ବେଗଜନକ ବୋଲି କହିଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି । ପ୍ରତିଦିନ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଓଡ଼ିଶା ଦେଶରେ ନିନ୍ଦିତ ହେଉଛି । ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ କହିଥିଲେ ଯେ, ବିଜେପି ସରକାରରେ ମହିଳା ଓ ଛାତ୍ରୀମାନେ ପ୍ରତ୍ୟେକ ଦିନ ନିର୍ଯାତନାର ଶିକାର ହେଉଥିବା ବେଳେ ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ନାରୀ ନିର୍ଯାତନାର ଖବର ସାମ୍ନାକୁ ଆସିଛି । ବିଜେପି ସଂଖ୍ୟାଲଘୁ ସେଲ୍ର ସଭାପତିଙ୍କ ପତ୍ନୀଙ୍କୁ ତାଙ୍କ ଝିଅ ସାମ୍ନାରେ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ପୋଲିସ୍ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଏତଲାକୁ ପୋଲିସ୍ ଏ ପର୍ଯ୍ୟନ୍ତ ଗ୍ରହଣ କରୁନାହିଁ । ତାଙ୍କ ସ୍ୱାମୀଙ୍କୁ ଧର୍ମଶାଳାରେ ବ୍ୟବସାୟ କରିବା ପାଇଁ ହେଲେ ମାସିକ ଦାଦାବାଟି ଦେବାକୁ ପଡ଼ିବ ବୋଲି ବିଧାୟକ ଧମକ ଦେଉଛନ୍ତି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ମଧ୍ୟ ପୋଲିସ୍ ଏପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେହିପରି ଯାଜପୁର ଜିଲ୍ଲାରେ ଜଣେ କର୍ତ୍ତବ୍ୟରତ ମହିଳା ଏଏସ୍ଆଇଙ୍କୁ ଥାନା ଭିତରେ ବିଜେପି ସମର୍ଥକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଅପାମାନିତ କରିଥିଲେ । ଏହି ଘଟଣାକୁ ନେଇ ମହିଳା ଏଏସ୍ଆଇ ଯାଜପୁର ପୋଲିସ୍ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଥିରୁ ଜଣାପଡୁଛି ଧର୍ମଶାଳା ବିଧାୟକଙ୍କ ଧନବଳ ଆଗରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ମହୋଦୟ ଅସହାୟ ହୋଇପଡ଼ିଛନ୍ତି । ସେହିପରି ଦଳର ମୁଖପାତ୍ର ସୋଫିଆ ଆଲାମ କହିଥିଲେ ଯେ, ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ । ଏଠି ଅପରାଧୀ ଉପରମୁହାଁ ହୋଇଥିବା ବେଳେ ସରକାର ଉପାୟଶୂନ୍ୟ ହୋଇପଡ଼ିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026