ନୟାଗଡରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍)  :- ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶକ୍ରମେ ଏବଂ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ଵବଧାନ ରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ନୟାଗଡ ଜିଲ୍ଲାର ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ସମାପିକା ସମଦର୍ଶିନୀ, ଜେ.ଏମ.ଏଫ.ସି ଲଳିତା ପାତ୍ର, ଜେ.ଏମ.ଏସ.ସି ସୁଶ୍ରୀତା ମିଶ୍ର ଙ୍କ କୋର୍ଟର ୧୪୦ ଗୋଟି ଏନ.ଆଇ.ଆକ୍ଟ ମାମଲା ମଧ୍ୟରୁ ୧୩ ଗୋଟି ମାମଲା ଫଏସଲା କରାଯାଇ ଟ.୧୬,୫୫,୯୨୦ ଆଦାୟ କରାଯାଇଛି ।

ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, , ସି.ଯେ. ଏମ. ଶୃତିସ୍ନିଗ୍ଧା ଦାଶ, ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା, ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ପ୍ରମୁଖ ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ତଦାରଖ କରିଥିଲେ ଏବଂ ଉକ୍ତ ଲୋକ ଅଦାଲତକୁ ସଫଳ କରିବା ପାଇଁ ସରକାରୀ ଓକିଲ ଦଣ୍ଡପାଣି ସ୍ଵାଇଁ, ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ସମସ୍ତ ନ୍ୟାୟ ଅଧିକାର ମିତ୍ର ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରୀ ମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

Exit mobile version