Home ଓଡ଼ିଶା ବିଶ୍ୱବିଜିତା ମହାନ୍ତିଙ୍କୁ କବି ଗୌରାଙ୍ଗ ଗୌରବ ସନ୍ନମାନ – 2025 by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- କବି ଗୌରାଙ୍ଗ ପ୍ରଧାନ ସ୍ମୃତି ପରିଷଦ ପକ୍ଷରୁ ଦଶମ ବାର୍ଷିକ ସଭା ଶରଣକୁଳ ନିକଟ ଆଶ୍ରୟ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ କବି ସନ୍ନ୍ମିଳନୀ ଓ କବିତା ଆସର ମହାସମାରୋହରେ ପାଳନ କରାଯାଇଛି l ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପ୍ରତଷ୍ଠିତ କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ ଏବଂ ଆହ୍ୱାନ ଥିଲା ସଂସ୍କାର ଧର୍ମୀ କବିତା ନିର୍ଭିକଭାବେ ରଚନା କରିବା l ଅତିଥି ମାନଙ୍କ ଦ୍ୱାରା ସ୍ମୃତି ଚାରଣ କରାଯାଇଥିଲା ଯଥା ସ୍ବର୍ଗତ ଗୌରାଙ୍ଗ ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କର ଘନିଷ୍ଠ ବନ୍ଧୁ ଥିଲେ l ବିଜୁ ବାବୁଙ୍କ ଭଳି ନିର୍ଭିକ, କର୍ମପ୍ରବଣ, ସଚ୍ଚା, ମିଷ୍ଟଭାଷୀ,ଶିଶୁଵସ୍ଚଳ, ପରୋପକାରୀ ଉଦାର ମଣିଷ ଥିଲେ l ତାଙ୍କ ଲେଖନୀରୁ ଝରିଥିଲା ଅନେକ କବିତା ଓ ସାହିତ୍ୟ l ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଡ଼. କୈଳାଶ ବାଣ୍ଠ, ସନ୍ନମାନିତ ଅତିଥି ଭାବେ ଯୋଗଦେଇଥିଲେ ଡ଼. ଆଶୁତୋଷ ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ ଲୋକନାଥ ଦାସ ଓ ସଂପାଦକ ବିବରଣୀ ପାଠ କରିଥିଲେ ଆଡ଼ଭୋକେଟ ଚିତ୍ତରଞ୍ଜନ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ ଅଧ୍ୟାପିକା ନୀଳିମା ନନ୍ଦ l ନିକଟରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ବିତର୍କରେ ବିଜେତା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନରେ ପୁରସ୍କୃତା ନୟାଗଡର ଗୌରବ କୁନିପ୍ରତିଭା ମେଧାବୀ ଛାତ୍ରୀ ବିଶ୍ୱବିଜିତା ମହାନ୍ତି, ଶ୍ରୀରାମକୃଷ ଆଦର୍ଶ ଶିକ୍ଷାକେନ୍ଦ୍ର ସପ୍ତମ ଶ୍ରେଣୀର ଛାତ୍ରଙ୍କୁ “କବି ଗୌରାଙ୍ଗ ଗୌରବ ସନ୍ନମାନ -2025 ” ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଗଲା l ବିଶ୍ୱବିଜିତା ତାଙ୍କ ବକ୍ତବ୍ୟରେ ଅନେକ ଉପାଦେୟ ତତ୍ତ୍ୱ ଭରିରହିଥିବାରେ ଉପସ୍ଥିତ ଶ୍ରୋତା ମଣ୍ଡଳୀ ଅଭିଭୂତ ହେବା ସହିତ କରତାଳି ସାଙ୍ଗକୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ ଓ ଭବିଷ୍ୟତ ଉଜ୍ଜଳ ପାଇଁ ଆଶୀର୍ବାଦ ଅଜାଡି ଦେଇଥିଲେ l ବିଶ୍ୱବିଜିତା ମହାନ୍ତି ଆଦର୍ଶ ଗ୍ରାମ କଣ୍ଟାବଣିଆର ଆଡ଼ଭୋକେଟ ବଳଭଦ୍ର ମହାନ୍ତି ଓ ମଞ୍ଜୁଳା ମହାନ୍ତିଙ୍କ କନିଷ୍ଠା କନ୍ୟା ଅଟନ୍ତି l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026