ନୟାଗଡ଼ ସରକାରୀ ଏନ.ଏ.ସି ଉଚ୍ଚ ବିଦ୍ୟାଳୟର ଆଦର୍ଶ କଳା ଶିକ୍ଷକ ଅବସର ଗ୍ରହଣ କଲେ : ବିଦାୟ ସମ୍ବର୍ଦ୍ଧନା ବେଳେ କୋହ ସମ୍ବରଣ କରିପାଇଲେ ନାହିଁ ଛାତ୍ର ଛାତ୍ରୀଙ୍କ ସହ ସହକର୍ମୀ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ଶିକ୍ଷକତା ପରି ଏକ ପବିତ୍ର ବୃତ୍ତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ସାରା ଜୀବନ ଆତ୍ମସନ୍ତୋଷ ଲାଭ କରିଥାଏ ବୋଲି ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଭୂଗୋଳ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ଡାକୁଆଙ୍କ ଉତ୍ସର୍ଗୀକୃତ ଏବଂ କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ସବିସ୍ତୃତ ତଥ୍ୟ ଉପସ୍ଥାପନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ, ସରୋଜ ନଳିନୀ ଦାସ, ଲକ୍ଷ୍ମୀଧର ସାହୁ,

ଉମାକାନ୍ତ ମିଶ୍ର ପ୍ରମୁଖ ଶ୍ରୀ ଡାକୁଆଙ୍କୁ ଜଣେ କର୍ମଠ,ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ସଭା ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ବିଦାୟ କାଳୀନ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର,କାଦମ୍ବିନୀ କରଣ,ଭବାନୀ କୁମାରୀ ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ, ଜ୍ୟୋତିର୍ମୟୀ ରଥ,

ସ୍ଵାଗତିକା ଦଳେଇ, ଉଷାରାଣୀ ପ୍ରଧାନ, ମାନସ ସାହୁ,ଅଶୋକ ମିଶ୍ର, ଚିତ୍ତରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବିଦାୟୀ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ପୁରୁଣା ସହରସ୍ଥିତ ତାଙ୍କ ବାସଭବନ ପର୍ଯ୍ୟନ୍ତ ନିଆଯାଇ ବିଦାୟ ଦିଆ ଯାଇଥିଲା।ତେବେ ଏ ସମସ୍ତ କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ସମସ୍ତ ସହକର୍ମୀଙ୍କ ସମେତ ଉପସ୍ଥିତ ଛାତ୍ରଛାତ୍ରୀ କୋହ ସମ୍ବରଣ କରି ପାରି ନଥିବା ଦେଖିବାକୁ ମିଳିଥିଲା l

Exit mobile version