ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମ ହେଉଛି ଅସହାୟ ମାନଙ୍କର ସହାୟ l ଅବହେଳିତ,ନିଷ୍ପେସିତ,ନିର୍ଯ୍ଯାତିତ, ଲାଞ୍ଛିତ ତଥା ନିଃସହାୟ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ସମର୍ପଣ ହେଉଛି ଏକ ନିରାପଦ ନିବାସ । ୨୦୧୯ ମସିହାରେ ଗଢି ଉଠିଥିବା ଏହି ସମର୍ପଣ ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହିଆସୁଛନ୍ତି। ଏମାନଙ୍କର ଭଲମନ୍ଦ ବୁଝାବୁଝି କରିବା ପାଇଁ ୨୫ ଜଣ ସଦସ୍ଯଙ୍କୁ ନେଇ ଏକ ସାଧାରଣ ପରିଷଦ ଗଠନ ହୋଇଥିବା ବେଳେ ସେମାନଙ୍କ ମଧ୍ଯରୁ ୦୭ ଜଣ ସଦସ୍ଯଙ୍କୁ ନେଇ ଏହାର ଗଭର୍ଣ୍ଣିଂବଡି ଗଠିତ । ଯେଉଁ ଗଭର୍ଣ୍ଣିଂବଡିରେ ଜିଲ୍ଲାପାଳ ସଭାପତି ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହେଉଛନ୍ତି ସଦସ୍ଯ ।

