Home ଓଡ଼ିଶା ସ୍ବଳ୍ପ ବୃଷ୍ଟିପାତରେ ଚାଷ କାମ ପ୍ରଭାବିତ : ଚାଷୀଙ୍କ ଇନ୍ଦ୍ର ପୂଜା by Proprietor Abhimanyu Maharana 12 months ago Share on FacebookShare on TwitterWhatsapp କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ଖରିଫ୍ ଋତୁର ପ୍ରାରମ୍ଭରେ ଭଲ ବର୍ଷା ହେବାଯୋଗୁଁ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ମୁସ୍କୁଟି, କର୍ମେଗାଁ, ଗିଗିନା, ଟକର୍ଲା ,ଭୀମକେଲା, ରୁପ୍ରାରୋଡ,ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧିନ ସମସ୍ତ ଗ୍ରାମରେ ଚାଷୀ ମାନେ ତତ୍ପରତା ସହ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ସେହିପରି ଧାନ ବୁଣାବୁଣି କରିବା ସହିତ ଧାନପଲା ପକାଇ ଥିଲେ । ସେହିପରି ଅର୍ଥକାରୀ ଫସଲ ଭାବରେ କପାଚାଷ ସହିତ ମକା ଓ ହରଡ ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତି ଶେଷ ହୋଇଥିଲା । ଏହିସବୁ ଅଞ୍ଚଳ ଅଣଜଳସେଚିତ ହୋଇଥିବା ବେଳେ ଇନ୍ଦ୍ର ଦେବତାଙ୍କ କୃପାହେଲେ ଚାଷ ହୋଇଥାଏ । ତେବେ ଧାନ ବୁଣିବାର ଦୁଇମାସ ପରେ ମଧ୍ୟ ଭଲ ବର୍ଷା ନହେବା ଯୋଗୁଁ ବୁଣା ହୋଇଥିବା ଧାନ ବେଉଷଣ ହୋଇନପାରି ଗଛ ବୁଢା ହେବା ସହ ହଳଦିଆ ଦେଖା ଯାଉଛି । ସ୍ୱଳ୍ପବୃଷ୍ଟି ଯୋଗୁଁ ଧାନ ଜମିରେ ଅନାବନା ଘାସ ମାଡି ଯାଇଛି । ତେବେ ସ୍ୱଳ୍ପବୃଷ୍ଟି ଯୋଗୁଁ କପା, ମକା ଓ ହରଡ ଫସଲ ଠିକ୍ ଥିବା ବେଳେ ଧାନ ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୨୦ ପ୍ରତିଶତ ଜମିରେ ଧାନ ରୁଆ ଓ ବେଉଷଣ ହୋଇଥିବା ଜଣାପଡ଼ିଛି । ଏଥିପାଇଁ ଚାଷୀ କୂଳ ଭଲ ବର୍ଷା ଆଶାରେ ଆଧ୍ୟାତ୍ମିକ ଭରସାରେ ରହି ଇନ୍ଦ୍ରପୂଜାର ଆୟୋଜନ କରୁଥିବା ଦେଖାଯାଏ । ରୁପ୍ରା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ପୁରାଣ ପାଠ ଓ ‘ଇନ୍ଦ୍ରପୂଜା’ ବୁଧବାର ସକାଳୁ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଥିବା ବେଳେ ରୁପ୍ରା (ଖମ୍ୱପଡା) ଶ୍ରୀ ବିଶେଶ୍ୱର ଶୈବପୀଠ ଠାରେ ଧ୍ୟାନମଗ୍ନରେ ଥିବା ଋଷ୍ୟଶୃଙ୍ଗ ଋଷିଙ୍କୁ ଆଣିବା ନିମନ୍ତେ ଶ୍ରଦ୍ଧାଳୁ ମାନେ ଯାଇଥିଲେ । ସେଠାରୁ ଋଷ୍ୟଶୃଙ୍ଗ ଋଷି ଆସି ଘୃତ ଆହୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂଜକ ଭାବରେ ପଣ୍ଡିତ ବୃନ୍ଦାବନ ମିଶ୍ର ଓ ଆଦିତ୍ୟ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜାକର୍ତ୍ତା ଭାବରେ ସମାଜସେବୀ ପ୍ରିୟରଞ୍ଜନ ବେହେରା ଦାୟିତ୍ବ ନିର୍ବାହ କରିଥିଲେ । ଋଷ୍ୟଶୃଙ୍ଗ ଋଷି ଭାବରେ ରଜନୀକାନ୍ତ ମିଶ୍ର ରହିଥିଲେ । ଜଗନ୍ନାଥ ମନ୍ଦିର ପୂଜକ ବିନୋଦ ବିହାରୀ ମିଶ୍ର ପୁରାଣ ପାଠ କରିଥିଲେ । ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମହେଶ୍ୱର ସାହୁ, ସମ୍ପାଦକ ଗୌରଚନ୍ଦ୍ର ଭୋଇ ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡଙ୍କ ସମେତ ଗ୍ରାମବାସୀ ଓ ମହିଳା ମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର by Proprietor Abhimanyu Maharana July 24, 2026 ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା by Proprietor Abhimanyu Maharana July 24, 2026 ଆନ୍ଦୋଳନକାରୀ ଛାତ୍ର ଓ ଛାତ୍ରୀଙ୍କ ଉପରେ ଦମନଲୀଳା ଓ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ଗରିଫଦାର ପ୍ରତିବାଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ by Proprietor Abhimanyu Maharana July 24, 2026 ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା by Proprietor Abhimanyu Maharana July 23, 2026 ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ by Proprietor Abhimanyu Maharana July 23, 2026 ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ by Proprietor Abhimanyu Maharana July 23, 2026