Home ଓଡ଼ିଶା ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ : ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ – ଦୁଷ୍କର୍ମ ଓ ନିର୍ଯାତନା ବନ୍ଦ ନହେବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ଆନ୍ଦୋଳନ ଜାରି ରଖିବ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ବିକ୍ଷୋଭ ରାଲି ମାଷ୍ଟରକ୍ୟାଌକ୍ଷଗ୍ଧ;ିନ ଛକଦେଇ ଜନପଥରେ ଯାଉଥିଲା ବେଳେ ରାସ୍ତାରେ ପୋଲିସ ଏହି ରାଲିର ପଥ ଅବରୋଧ କରିଥିଲା । ମହିଳାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ନିଜ ଦୋଷ, ଦୁର୍ବଳତା, ଅପାରଗତା ଏବଂ ପକ୍ଷପାତିତାକୁ ଘୋଡ଼ାଇବାକୁ ଯାଇ ବିଜେପି ଦଳ ଓ ବିଜେପି ସରକାର ନାଟକବାଜୀ କରୁଥିବାରୁ ତାର ପ୍ରତିବାଦରେ ଆଜି ଶ୍ରୀମତୀ ବାହିନୀପତିଙ୍କ ନେତୃତ୍ୱରେ ମହିଳା କଂଗ୍ରେସର ସଭ୍ୟାମାନେ ଚୂଡ଼ି ଧରି ପ୍ରତିବାଦ କରିଥିଲେ । ବର୍ଷାକୁ ଖାତିର ନକରି ପୋଲିସ ବାରିକେଡ ଭାଙ୍ଗି ଅଗ୍ରସର ହେଉଥିବାବେଳେ ମହିଳା କଂଗ୍ରେସ ସଭାନେତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇଥିଲା । ବର୍ଷାରେବି ଏକଘଌକ୍ଷଗ୍ଧ;ା ଧରି ପୋଲିସ ସହ ମହିଳା କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଅବସରରେ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ ବିଜେପି ପକ୍ଷରୁ କଂଗ୍ରେସକୁ ବଳାତ୍କାରୀ ଦଳ କୁହାଯାଇଛି । ତେବେ ମହିଳାଙ୍କୁ ବଳାତ୍କାର, ଗଣବଳାତ୍କାର, ହତ୍ୟା ଓ ନିର୍ଯାତନା ବିଜେପି ସରକାରରେ ହିଁ ଅନିୟନ୍ତ୍ରୀତ ହୋଇପଡ଼ିଛି । ଛାତ୍ର କଂଗ୍ରେସ ସଭାପତିଙ୍କ ନାମରେ ଅଭିଯୋଗ ପରେ ଦଳପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି । ତାଙ୍କର ଦୋଷ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ । ମାତ୍ର ବିଜେପିର ରାଜ୍ୟ ସଭାପତିଙ୍କ ଇତିହାସ କ’ଣ ତାହା ରାଜ୍ୟବାସୀ ଜାଣନ୍ତି । ଦିଲ୍ଲୀର ଓଡ଼ିଶା ନିବାସରେ ଆପତ୍ତିଜନକ ଘଟଣା ଠାରୁ ସୋର ନିର୍ବାଚନ ମଣ୍ଡଳୀରେ ଦିବ୍ୟାଙ୍ଗକଙ୍କୁ ନିର୍ଯାତନା ଘଟଣାରେ କିଏ ସଂପୃକ୍ତ ସେକଥା ଗଣମାଧ୍ୟମରେ ଡିବିଡିବି ହୋଇଛି । ଓଡ଼ିଶାର ନାରୀ ରାଜ୍ୟ ବିଜେପି ସଭାପତିଙ୍କର ଅସଲ ଚେହେରା ସମ୍ପର୍କରେ ଜାଣନ୍ତି । ତେଣୁ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ବିଜେପି ରାଜ୍ୟ କାର୍ଯାଳୟ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ଉଚିତ । ବିଜେପି ସଭାପତିଙ୍କ କୁଶପୁତଳିକା ବିଜେପି କାର୍ଯାଳୟ ଆଗରେ ପୋଡ଼ା ହେବା ଉଚିତ । ତାହାହେଲେ ଜଣାପଡ଼ିବ ଯେ ବିଜେପି ଦଳର ମହିଳାମାନଙ୍କ ପ୍ରତି ମର୍ଯାଦା ଓ ସମ୍ମାନ ଅଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯିଏ ମହିଳା ସୁରକ୍ଷା ଉପରେ ଗର୍ଜ୍ଜନ କରୁଛନ୍ତି ସେ ନିଜ ନିର୍ବାଚନ ମଣ୍ଡଳୀର ମହିଳାଙ୍କୁ ସୁରକ୍ଷା ଦେବାକୁ ଅକ୍ଷମ । ସେ କ’ଣ ପାଇଁ ଏମସ୍ ହସପିଟାଲରେ ବଳଙ୍ଗା ପୀଡ଼ିତାକୁ ସାକ୍ଷାତ କରିବାକୁ ଯାଇ ପାରିଲେ ନାହିଁ । ଫକୀର ମୋହନ ସ୍ୱଂୟସାଶିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଏବିଭିପି ଏବଂ ବିଜେପି ହତ୍ୟା କରିଛିବୋଲି ସ୍ପଷ୍ଟ ହୋଇପଡ଼ୁଛି । ଛାତ୍ରୀଟିର ହାତକୁ କିଏ ପେଟ୍ରୋଲ ଜାର ଏବଂ ଦିଆସିଲି ଧରାଇଦେଲା ତାହା ବିଜେପି ଉତ୍ତର ଦେଉ? ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ପରିସର ଏବେ ମହିଳାଙ୍କ ପାଇଁ ଅସୁରକ୍ଷିତ । କେନ୍ଦୁଝରରେ ଯୁକ୍ତ ଦୁଇ ଆଦିବାସୀ ଛାତ୍ରୀକୁ ଗଣଦୁଷ୍କର୍ମ ଓ ହତ୍ୟା କରାଗଲା । ସେହିପରି ଗୋପାଳପୁର ବିଚରେ ଜଣେ ଛାତ୍ରୀଙ୍କୁ ୧୦ ଜଣ ଦୁଷ୍କର୍ମ କଲେ । କନ୍ୟାଶ୍ରମରେ ନାବାଳିକା ଗର୍ଭବତୀ ହୋଇପଡ଼ୁଛନ୍ତି । ପ୍ରତିଦିନ ୧୫ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ମୋହନ ସରକାର ନିଦକ ବସିଛି । ଓଡ଼ିଶାର ମହିଳା ଦିନରେ ଘରୁ ବାହାରିବାକୁ ଡରୁଛନ୍ତି । ମହିଳାମାନଙ୍କୁ ସୁରକ୍ଷିତ ରଖିବାପାଇଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିବାପରେ ଏବେ ବିଜେପି ସରକାର ମହିଳା ସୁରକ୍ଷା ପ୍ରତି ଉଦାସୀନ ହୋଇପଡ଼ିଛି । ବିଜେପି ଦଳର ରାଜ୍ୟ ସଭାପତିଙ୍କର ଆଦର୍ଶ କ’ଣ ତାହାକୁ ବିଜେପି ଦଳ ସ୍ପଷ୍ଟ କରୁ । ସରକାର ଏବଂ ବିଜେପି ଦଳ ଦୁଷ୍କର୍ମକାରୀଙ୍କ ସପକ୍ଷରେ ରହୁଛନ୍ତି ବୋଲି ତାଙ୍କର କାର୍ଯ୍ୟଧାରାରୁ ସ୍ପଷ୍ଟ ହୋଇପଡ଼ୁଛି । ସୁତରାଂ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ଏବଂ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ତାର ଲଢ଼େଇ ଜାରି ରଖିବ । ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ଏବଂ ପ୍ରଦେଶ କଂଗେସର ବରିଷ୍ଠ ନେତୃବର୍ଗ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026