କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଡେରାବିଶ ଥାନା ଅଧୀନ ଚାଟରାଚକଡ଼ା ପଞ୍ଚାୟତ ଓଲଢ଼ି ଗ୍ରାମରେ ଗତ ୧୦ତାରିଖରେ ଡାକ୍ତର ଜଲ୍ଲୀଲି ଅହମ୍ମଦ ଖାନଙ୍କ ଘରେ ଅପରାହ୍ନ ୩ଟାରେ ଡକାୟତି ହୋଇଥିଲା। ଏହି ଘଟଣାରେ ପୋଲିସ ୫୦ ହଜାର ଟଙ୍କା, ୪ ମୋବାଇଲ ଫୋନ୍, ୨ ବାଇକ୍କୁ ଜବତ କରିବା ସହ ୬ ଜଣ ଡକାୟତଙ୍କୁ ମଙ୍ଗଳବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଡେରାବିଶ ଥାନା ଅନ୍ତର୍ଗତ ଓଲଢ଼ି ଗ୍ରାମର ପ୍ରଫୁଲ୍ଲ ବେହେରା (୪୩), ସେକ୍ ସରଫଲ୍ଲୀ ଅଲ୍ଲୀ (୩୫), କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଜାକିର ଖାନ (୪୧), ପୋଇଲୋ ଗ୍ରାମର ଅଭିଳାଷ ନାୟକ (୨୦), ରାଣପଡା ଗ୍ରାମର ସେକ ରାଜୁ (୩୨) ଓ ଗରାପୁର ଗ୍ରାମର ଅବୁଜାଫର ଖାନ (୩୦) ଗିରଫ ଅଭିଯୁକ୍ତଙ୍କୁ ଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଓଲଢ଼ି ଗ୍ରାମରେ ଗତ ୧୦ତାରିଖରେ ଡାକ୍ତର ଜଲ୍ଲୀଲି ଅହମ୍ମଦ ଖାନଙ୍କ ଘରେ ଅପରାହ୍ନ ୩ଟାରେ ଡକାୟତମାନେ ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ପରିବାର ସମସ୍ତ ସଦସ୍ୟଙ୍କୁ ଗୋଟିଏ ସ୍ଥାନରେ ବସାଇ କାଗଜପତ୍ର ଯାଞ୍ଚ ଆଳରେ ୩୦ ଭରି ଅଳଙ୍କାର ଓ ନଗଦ ୩ ଲକ୍ଷ୍ୟ ଟଙ୍କା ନେଇ ପଳାଇଯାଇଥିଲେ । ଦିନରେ ଏତେ ବଡ଼ ଧରଣ ଡକାୟତି ଥାନା ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା । ଡା. ଅହମ୍ମଦଙ୍କ ଅଭିଯୋଗ ଗକୁ ଭିଭିକରି ପୋଲିସ ନଂ. ୧୧୧/୨୫ରେ ଏକ ମାମଲା ରୁଜୁ କରିଥିଲା । ଡକାୟତିମାନଙ୍କୁ ଧରିବା ପାଇଁ ଥାନା ଅଧିକାରୀ ଅମ୍ବିକା ଦାସ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।
