
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା । ହେଲେ ଗଠନମୂଳକ ସମ୍ବାଦ ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା । ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍ । ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗରେ କେଉଁ ବର୍ଗଙ୍କ ପାଇଁ କଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍ । ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଦୈନିକ ଜାତୀୟ ହିନ୍ଦୀ ଖବର କାଗଜ ସନମାର୍ଗ ଭୁବନେଶ୍ୱର ସଂସ୍କରଣ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଉଦୟ ସମ୍ମାନ-2025 କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଥିଲେ ଯେ ରାଷ୍ଟ୍ରଭାଷା ହିନ୍ଦୀକୁ ଘରେ ଘରେ ପହଞ୍ଚାଇବ । ସହ ଓଡ଼ିଶାରେ ସାମାଜିକ, ସାଂସ୍କୃତିକ , ଅର୍ଥନୀତି, ପର୍ଯ୍ୟଟନ, ମହିଳା ସଶକ୍ତିକରଣ, ପରିବେଶ, ଆଦି ଅନେକ କ୍ଷେତ୍ରରେ ଅହରହ କାମ କରିଚାଲିଛି । ଅଣ ହିନ୍ଦି ଭାଷୀ ରାଜ୍ୟରେ ହିନ୍ଦୀ ଖବର କାଗଜ ପ୍ରକାଶନ ଅତ୍ୟନ୍ତ ଜଟିଳ ହେଲେ ମଧ୍ୟ ସନ୍ ମାର୍ଗ କେବେ ହେଲେ ପଛକୁ ଫେରି ଚାହିଁ ନାହିଁ । ସନମାର୍ଗ ଖବର ପରିବେଷଣ ସହ ବଣ ମଲ୍ଲି ଖୋଜି ବାହାର କରିବାପାଇଁ ଯେଉଁ “ଉଦୟ ସମ୍ମାନ “ଆରମ୍ଭ କରିଛି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ.ଏଥିସହ ଶ୍ରୀ ପାତ୍ର କହିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବରେ, ମୁଁ ବିଶ୍ୱାସ କରେ ଯେ ଖାଦ୍ୟ କେବଳ ପୋଷଣ ବିଷୟରେ ନୁହେଁ – ଏହା ମର୍ଯ୍ୟାଦା, ଅନ୍ତର୍ଭୁକ୍ତିକରଣ ଏବଂ ସୁଯୋଗ ବିଷୟରେ । ଆମର ସୁଦୃଢ଼ ପିଡିଏସ୍, ବାଜରା ମିଶନ ଏବଂ ପୁଷ୍ଟିସାର ଆଧାରିତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଓଡ଼ିଶା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ଅଗ୍ରଗତି କରିଛି । କିନ୍ତୁ ପ୍ରକୃତ ପରିବର୍ତ୍ତନ ସେତେବେଳେ ଘଟେ ଯେତେବେଳେ ସମ୍ପ୍ରଦାୟ – ବିଶେଷକରି ମହିଳା ଏବଂ ସ୍ଥାନୀୟ ଉଦ୍ୟୋଗୀ – ନେତୃତ୍ୱ ନିଅନ୍ତି, ଯେପରି ଆଜିର ଅନେକ ପୁରସ୍କାରପ୍ରାପ୍ତ ବ୍ୟକ୍ତି କରିଛନ୍ତି । ମହିଳାମାନଙ୍କ ନେତୃତ୍ୱାଧୀନ ଖାଦ୍ୟ ଉଦ୍ୟୋଗଗୁଡ଼ିକୁ ସ୍ୱୀକୃତି ମିଳିବା ଦେଖି ମୁଁ ବିଶେଷ ଭାବରେ ଗର୍ବିତ । ଏହି ଉଦ୍ୟମଗୁଡ଼ିକ କେବଳ ପରିବାରକୁ ସଶକ୍ତ କରେ ନାହିଁ ବରଂ ଆମର ରୋଷେଇ ପରିଚୟକୁ ସଂରକ୍ଷଣ କରେ ଏବଂ ଜୀବିକା ସୃଷ୍ଟି କରେ ।

