Home ଓଡ଼ିଶା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ : ବିଭିନ୍ନ ମହଲରେ ପ୍ରତିକ୍ରିୟା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଆଳୀଶି ଶାସନ ସ୍ଥିତ ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀକୁ କେହି ଦୁର୍ବୃତ୍ତ ଭାଙ୍ଗି ମୁହଁକୁ କଦର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଏ ନେଇ ବାଲିପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଦଳିତ ସଙ୍ଗଠନର ପ୍ରତିନିଧି ଦେବବ୍ରତ ଭୋଇ । ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏଣୁ ରାଜ୍ୟ ସରକାର ତଥା ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ମୂର୍ତ୍ତୀ ଭାଙ୍ଗିବା ଘଟଣାରେ ଜଡ଼ିତ ଥିବା ଅପରାଧୀକୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ଦଳିତ ସଂଗଠନ ସମେତ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଇଅଛି । ଆଳିସିଶାସନ ଆର୍ତ୍ତତ୍ରାଣ ବିଦ୍ୟାପୀଠ ସମ୍ମୁଖରେ ବାବା ସାହେବ ଆମ୍ବେଦକରଙ୍କ ଏହି ପ୍ରତିମୂର୍ତ୍ତୀ ୨୦୧୮ ମସିହାରେ ସ୍ଥାପନ ହୋଇଥିଲା । ସମ୍ବିଧାନ ପ୍ରଣୟତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନିନ୍ଦନୀୟ ଘଟଣାକୁ ନେଇ ଦଳିତ ସଂଗଠନର ଅନିଲ କୁମାର ମଲ୍ଲିକଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏହାର ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରାଯାଇଛି । ଏହି ମୂର୍ତ୍ତୀ ଭାଙ୍ଗିବା ଘଟଣାର ଜଡ଼ିତ ଥିବା ଅପରାଧିକୁ ଯଦି ପୋଲିସ ଶୀଘ୍ର ଗିରଫ ନ କରନ୍ତୀ ତେବେ ବିଭିନ୍ନ ଦଳିତ ସଂଘଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି । ସମ୍ବିଧାନ ପ୍ରଣୟତା ବାବା ସାହେବ ଆମ୍ବେଦକରଙ୍କ ଏହି ମୂର୍ତ୍ତୀ ଭଙ୍ଗାଯିବ ଘଟଣାକୁ ନେଇ ଏବେ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସହ ଏହାକୁ ଘୋର ନିନ୍ଦା କରାଯାଇଛି । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026