Home ଓଡ଼ିଶା ପୁଣି ତାତିଲେ ଚାଷୀ : ଟ୍ରାକ୍ଟର ରାଳିରେ ଜିଲ୍ଲାପାଳ ଅଫିସ ଘେରାଓ ଚାଷୀ ମାରଣା ନିଟିକୁ ବରଖାସ୍ତ କରା ଜିବନାହିଁ – ଦାସବର୍ମା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସୋମବାର ଦିନ ବ୍ରହ୍ମଗିରି ବିଜୁ ଜନତା ଦଳ ତରଫରୁ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ଚାଷୀଙ୍କୁ ନେଇ ଏକ ବିଶାଳ ଟ୍ରାକ୍ଟର ରାଲି କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଙ୍କ ତତ୍ତ୍ୱାବଧାନରେ ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ପ୍ରାୟ ୧୦୦ ଟ୍ରାକ୍ଟର ବଜାର ପରିକ୍ରମା କରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟଳାୟ ପାଖରେ ପହଞ୍ଚି ଥିଲା । ଏହି ଟ୍ରାକ୍ଟର ରାଳିରେ ବ୍ରହ୍ମଗିରି ଓ ପୁରୀ ସଦରର ହଜାର ହଜାର ଚାଷୀ ଯୋଗଦେଇଥିଲେ । ସେଠାରେ ଏକ ୩ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଲେଖା ଅଛି ବ୍ରହ୍ମଗିରି ଏବଂ ପୁରୀ ସଦର ଏକ କୃଷି ପ୍ରଧାନ ଅଞ୍ଚଳ । ଏଥିରେ ପ୍ରାୟ ୭୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନର୍ଭର କରନ୍ତି । ଏଥିରେ ଚାଷୀ ତାର ସଂସାରକୁ ନେଇ ସ୍ୱପ୍ନ ଦେଖେ ଏବଂ ପରିବାର ପ୍ରତିପୋଷଣ କରେ । ଗତ ରବି ଋତୁରେ ଚାଷୀମାନଙ୍କର ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା । ଚାଷୀମାନେ ସେହି ଅନୁସାରେ ସମସ୍ତ ସେବା ସମବାୟ ସମିତିରେ ସରକାରୀ ନିୟମ ମୁତାବକ ପଞ୍ଜିକରଣ କରିଥିଲେ । ପଞ୍ଜିକରଣ ଅନୁସାରେ ଚାଷୀମାନଙ୍କ ପାଇଁ ଟାର୍ଗେଟ ଫିଲ୍ମ ହୋଇଥିଲା ଏବଂ ଟାର୍ଗେଟ ଅନୁଯାୟୀ ଚାଷୀମାନଙ୍କୁ ଟୋକନ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ସେବା ସମବାୟ ସମିତି ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ନଦେଇ ଚାଷୀମାନଙ୍କ ସହ ଖେଳ ଖେଳିଲେ ଏବଂ ଯାହା ଟାର୍ଗେଟ ଦିଆଯାଇଥିଲା ତାହା ବିଭିନ୍ନ ପର୍ଯ୍ୟାୟରେ ଦିଆଗଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ ଏବଂ ଚିନ୍ତାଜନକ ବିଷୟ ଧାନ ସଂଗ୍ରହର ଅବଧୂ ଜୁନ ମାସ ୩୦ ତାରିଖ ରାତି ୧୨ ଘଟିକା ସମୟରେ ଶେଷ ହେଉଥିବାବେଳେ ରାତି ୯.୪୫ ମିନିଟ ସମୟରେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ଟାର୍ଗେଟ ପ୍ରଦାନ କରାଗଲା । ଯାହା ଫଳରେ ସମସ୍ତ ପଞ୍ଜିକୃତ ହୋଇଥିବା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହିତ ଏକ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ କରିଥିବା ପ୍ରାୟ ୫୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି । ଏକଥା ମଧ୍ୟ ଆପଣ ପୁରୀ ଜିଲ୍ଲା ସମବାୟ ଅଧୂକାରୀ (DRCS) ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ (DCSO)ଙ୍କ ଠାରୁ ସ୍ପଷ୍ଟ ଭାବରେ ଅବଗତ କରିଛି । ଯେତିକି ଟାର୍ଗେଟ ଦେଲେ ତାକୁ ମିଲରମାନେ ଠିକ ସମୟରେ ନ ଉଠାଇବାରୁ ଚାଷୀମାନେ ପାଇଥିବା ଟୋକନ ଲାପ୍ସ କରିଦେଲେ । ସେ ବାବଦରେ ବ୍ରହ୍ମଗିରିର ସମସ୍ତ ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ଏହି ସମୟରେ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ବହଗିରି ଗସ୍ତରେ ଆସି ବିଭିନ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କର ସମସ୍ତ ବଳକା ଧାନ କିଣାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ଚାଷୀମାନେ ମନ୍ତ୍ରୀଙ୍କର ପ୍ରତିଶ୍ରୁତି ପାଇ ମଣ୍ଡିରେ ଧାନ ଥୋଇ ଏପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ସମ୍ବେଦନହୀନ ସରକାର ପ୍ରତିଶ୍ରୁତି ମୁତାବକ ଧାନ କିଣିଲେ ନାହିଁ । ଯାହା ଫଳରେ ବ୍ରହ୍ମଗିରିର ହଜାର ହଜାର ଚାଷୀକୁଳ କ୍ଷତିଗ୍ରସ୍ତ ହେବା ସହ ମଣ୍ଡିରେ ଧାନ ରଖ୍ କାନ୍ଦୁଛନ୍ତି । ଚାଷୀମାନଙ୍କର ସମସ୍ତ ସ୍ୱପ୍ନ ଧୂଳିସାତ ହୋଇଛି, ତାଙ୍କ ଗଚ୍ଛିତ ଧାନକୁ କ’ଣ କରିବେ ସେ ନେଇ ଗଭୀର ଚିନ୍ତାରେ ପଡିଛନ୍ତି । ବ୍ରହ୍ମଗିରିର ସମସ୍ତ ଚାଷୀ ମାନେ ଙ୍କ ତରଫରୁ ଜିଲ୍ଲା ପାଳଙ୍କୁ ଅନୁରୋଧ କରିଛନ୍ତି ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ଆମ୍ଭ ମାନଙ୍କ ଦାବିକୁ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡିକ( ୧.) ଚାଷୀ ମାନଙ୍କର ପଞ୍ଜିକରଣ ମୁତାବକ ସମସ୍ତ ଧାନ କିଣାଯାଉ ନଚେତ ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଉ । (୨.) ଖରିଫ ଧାନ କ୍ରୟ କରିବା ପାଇଁ ନୂଆ ପଞ୍ଜିକରଣ ପଲିସିକୁ ବାତିଲ କରି ପୁରୁଣା ପଦ୍ଧତିରେ ଧାନ କ୍ରୟ କରାଯାଉ । (୩.) ବ୍ରହ୍ମଗିରିର ସମସ୍ତ କେନାଲ ଓ ନଦୀ ସଫେଇ ସହିତ ରାଜଦଳ ମୁକ୍ତ କରାଯାଉ । ଚାଷୀ ମନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯଦି ଉପରୋକ୍ତ ନ୍ୟାର୍ଯ୍ୟ ଦାବି ଗୁଡିକ ପୁରଣ ନହେଲେ, ପୁଣିଥରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ବାଇଁ,ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷl ସ୍ୱପ୍ନାରାଣୀ ସ୍ବାଇଁ , ବ୍ଲକ ଅଧ୍ୟକ୍ଷl ରତ୍ନମାଳା ବେହେରା, ବ୍ଲକ ଉପାଅଧ୍ୟକ୍ଷl ମାଳିନୀ ଦଳାଇ, ଜିଲ୍ଲା ପରିଷଦ ଜମ୍ବେଶ୍ୱର ସାହୁ, ବିଜେଡି ବାରିଷ୍ଟ ନେତା ଭଗବାନ ନାୟକ, କୃଷ୍ଣଚନ୍ଦ୍ର ସିଂହ ,ଯୁଧିଷ୍ଟିର ନାୟକ, ପ୍ରଫୁଲ ଜେନା , ଜୟନ୍ତ କୁମାର ମହାନ୍ତି ,ବିଜୟ ଦଳାଇ ଆଇନୀ ଜୀବି ଭାସ୍କର ଜେନା ,ସୁରପ୍ରସାଦ ମହାନ୍ତି, କରୁଣା ବେହେରା , ବାଳକୃଷ୍ଣ ପେଣ୍ଟଇ, ମହିଳା ନେତ୍ରୀ ମାନସୀ ହରିଚନ୍ଦନ, ସସ୍ମିତା ସାହୁ ପ୍ରତିମା ଜେନା ସହିତ ବିଜୁ ଜନତା ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଏବଂ ବ୍ରହ୍ମଗିରି ଓ ସଦର ବ୍ଲକର ଚାଷୀ ମନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026 ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 4, 2026 ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ by Proprietor Abhimanyu Maharana August 4, 2026