ଦୁର୍ଘଟଣା ଯୁବକ ଗୁରୁତର।ନୂଆ ଜଗନ୍ନାଥ ସଡକ ଅବରୋଧ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :-  ନୂଆ ଜଗନ୍ନାଥ ସଡକ ନିରାକାରପୁର-ଲେଣ୍ଡୋ ମଧ୍ୟରେ ଥିବା ମଦ ଦୋକାନ ନିକଟରେ ଦୁର୍ଘଟଣା।ମୋଟର ସାଇକେଲ କୁ ଧକ୍କା ଦେଲା ଟ୍ରକ। ଜଣେ ଯୁବକ ଗୁରୁତର। ଗୁରୁତର ଯୁଵକ ଜଣଙ୍କ ଲେଣ୍ଡୋ ଗ୍ରାମର ସୁଶାନ୍ତ ସ୍ୱାଇଁ। ଗୁରୁତର ଜଣଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ ।  ଆଜି ସଂନ୍ଧ୍ୟା ସମୟରେ ଯୁବକ ଜଣଙ୍କ ଏକ ମୋଟର ସାଇକେଲ ଯୋଗେ ନିରାକାରପୁର ରୁ ଘରକୁ ଫେରୁଥିବା ସମୟରେ ଲେଣ୍ଡୋ ପଟୁ ନିରାକାରପୁର ପଟକୁ ଯାଉଥିବା ଏକ ଟ୍ରକ ବାଇକ ଆରହୀକୁ  ଧକ୍କା ମାରିଥିଲା ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ ।

ଏହି ରାସ୍ତାଦେଇ ଦୈନିକ ଶହଶହ ଚୋରା ମାଙ୍କଡା ପଥର ବୋଝେଇ ଗାଡି ବେପାରୁଆ ଭାବରେ ଦ୍ରୃତ ଗତିରେ ଚଲାଇ ଥୁବାରୂ ଏଭଳି ଘଟଣା ଘଟିଥିବା ଜଣାପଡିଛି। ସ୍ଥାନୀୟ ଗ୍ରାମବାସୀ ଓ ଦୁର୍ଘଟଣା ରେ ଗୁରୁତର ଆହତ ପରିବାର ସଦସ୍ୟ ମାନେ ନୂଆ ଜଗନ୍ନାଥ ସଡକ ଉପରେ ନିଆଁ ଜାଳି ଅବରୋଧ କରି ବସି ରହିଥିଲେ।

ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡିମୋଟର ଅଟକି ରହିଥିବା ଜଣାପଡ଼ିଛି।ଏହି ରାସ୍ତା କଡରେ ଦୁଇ ଦୁଇଟି ମଦ ଦୋକାନ ଖୋଲିଥିବାରୁ ମଦ ପିଈ ଦୈନିକ ଦୁର୍ଘଟଣା ମାନ ଘଟୁଛି।ସ୍ଥାନୀୟ ନିରାକାରପୁର ପୋଲିସ ବିଳମ୍ବରେ ପହଞ୍ଚିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Exit mobile version