ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :– ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ ରାଜ୍ୟ ଜଳ ସଂପଦ, ସୂଚନା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ପୂର୍ବତନ ସାଂସଦ ଶ୍ରୀ ସ୍ୱାଇଁ ଜଣେ ସୁସଂଗଠକ ଓ ପ୍ରଭାବଶାଳୀ ରାଜନେତା ଥିଲେ ।
ସମାଜ, ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ମନେ ରହିବ । ତାଙ୍କର ବିୟୋଗ ଓଡିଶା ରାଜନୈତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିବା ସହିତ ମନ୍ତ୍ରୀ ଶ୍ରୀ ଦାସ ଦିବଙ୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
