
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଭୁବନେଶ୍ୱର ର ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବ ଆୟୋଜିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ, ଦକ୍ଷତା ବିକାଶ ଏବଂ ବୈଷୟି୍କ ଶିକ୍ଷା ବିଭାଗ ର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ.ଅନ୍ୟତମ ଅତିଥି ଭାବେ ବି ପି ୟୁ ଟି ର କୁଳପତି ପ୍ରଫେସର ଅମୀୟ କୁମାର ରଥ, incture ଟେକ୍ନୋଲୋଜିର ଭୁବନେଶ୍ୱର ମୁଖ୍ୟ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ରଥ, କୋଗ୍ନିଜ଼ାଣ୍ଟ ର ଭୁବନେଶ୍ୱର କେନ୍ଦ୍ର ର ମୁଖ୍ୟ ଶ୍ରୀଯୁକ୍ତ ସତୀଶ ପ୍ରଧାନ, ଦକ୍ଷତା ବିକାଶ ଏବଂ ବୈଷୟି୍କ ଶିକ୍ଷା ବିଭାଗ ର ଶାସନ ସଚିବ ଭୂପେନ୍ଦ୍ର ସିଂ ପୂନିଆ, public and information ଟେକଓଲୋଜି ର ଇନ ଚାର୍ଜ ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ. ଚଳିତ ଶିକ୍ଷlବର୍ଷା ଶେଷରେ ବି ପି ୟୁ ଟି ଅନୁବାନ୍ଧିତ ମହାବିଦ୍ୟାଳୟ ରୁ ଛାତ୍ର ଛାତ୍ରୀ ମାନେ କୃତକାର୍ଯ୍ୟ ହେବା ସହିତ ସେମାନଙ୍କୁ ଦେଶ ଭିତରେ ଥିବା ପ୍ରତିଷ୍ଠିତ କମ୍ପାନୀ ରେ ନିଯୁକ୍ତି ର ସୁଯୋଗ ପାଇବାରେ ସଫଳତା ଅର୍ଜନ କରିଛନ୍ତି.

