Home ଓଡ଼ିଶା ବୟସ୍କମାନେ ମୁଖ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦ ଆଧାରିତ ଉପାୟ କରନ୍ତୁ ଅନୁସରଣ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବୟସ ବଢ଼ିବା ସହିତ ଦାନ୍ତ ଓ ମାଢ଼ିର ଯତ୍ନ ଅତ୍ୟାବଶ୍ୟକ : ଡା. ସୋନିଆ ଦତ୍ତ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବୟସ ବଢ଼ିବା ସହିତ ଦାନ୍ତ ଓ ମାଢ଼ି ସମ୍ପର୍କିତ ସମସ୍ୟା ବଢ଼ିଥାଏ, ଯାହା ମୁଖ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଏ । ଏହି ସମସ୍ୟାକୁ ଅଣଦେଖା କଲେ ଦୀର୍ଘକାଳୀନ ହାନି ହେବାର ସମ୍ଭାବନା ରହିଥାଏ । ଏହି ବିଷୟରେ ଜଣାଇଛନ୍ତି ଡା. ସୋନିଆ ଦତ୍ତ, MDS, PhD, ପ୍ରଫେସର, ଜନସ୍ୱାସ୍ଥ୍ୟ ଦନ୍ତଚିକିତ୍ସା । ସେ କହିଛନ୍ତି, “ବୟସ ବଢ଼ିଲେ ମାଢ଼ି ଦୁର୍ବଳ ହୁଏ, ଦାନ୍ତ ମୂଳ ବାହାରି ଆସେ, ମୁଖ ଶୁଷ୍କତା ବଢ଼ିଯାଏ, ଏବଂ ସମ୍ବେଦନଶୀଳତା ବଢ଼ିବାକୁ ଲାଗେ । ଶୁଷ୍କ ପାଟି ବୟସ୍କମାନଙ୍କ ମଧ୍ୟରେ ଏକ ସାଧାରଣ ସମସ୍ୟା, ଯାହା ପ୍ରାୟତଃ କିଛି ଔଷଧ କିମ୍ବା ରୋଗ ଯୋଗୁଁ ହୋଇଥାଏ । କିଛି ଔଷଧ ପାଇଁ ମୁଖ ସଂକ୍ରମଣ, ସ୍ୱାଦ ରେ ପରିବର୍ତ୍ତନ ଓ ଦାନ୍ତ କ୍ଷୟ ମଧ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇପାରେ । ଏହି ସମୟରେ ଆୟୁର୍ବେଦ ଆଧାରିତ ଉପାୟ ବ୍ୟବହାର କରିବା ଉପଯୁକ୍ତ। ଡାବର ରେଡ୍ ପେଷ୍ଟ ଏକ ପ୍ରମାଣିତ ଓ IDA ଦ୍ୱାରା ସ୍ୱୀକୃତ ଉତ୍ପାଦ । ଯାହା ମଧ୍ୟରେ ଥିବା ଲବଙ୍ଗ ଓ ନିମ ଭଳି ଉପାଦାନ ଦାନ୍ତ ଓ ମାଢ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ବୟସ୍କ ବ୍ୟକ୍ତିମାନେ ସେମାନଙ୍କ ଦାନ୍ତର ବିଶେଷ ଯତ୍ନ ନେବା ଉଚିତ । ଡାବର ରେଡ୍ ପେଷ୍ଟ ଭଳି ବିଶ୍ୱସ୍ତ ଉତ୍ପାଦ ସହିତ ଦିନକୁ ଦୁଇଥର ବ୍ରଶ୍ କରିବା ଦ୍ଵାରା ଆପଣଙ୍କ ଦାନ୍ତରୁ ଜୀବାଣୁ ଏବଂ ପ୍ଲାକ୍ ଦୂର କରିବାରେ ସାହାଯ୍ୟ କରିଥାଏ । ସମ୍ବେଦନଶୀଳ ମାଢ଼ି ପାଇଁ ଏକ ନରମ ଟୁଥବ୍ରଶ୍ ବ୍ୟବହାର କରନ୍ତୁ । ଏହା ସହିତ, ଶୁଷ୍କ ପାଟିର ସମସ୍ୟାର ସମାଧାନ ପାଇଁ ହାଇଡ୍ରେଟେଡ୍ ରୁହନ୍ତୁ । ନିୟମିତ ବ୍ୟବଧାନରେ ଦାନ୍ତକୁ ଯାଞ୍ଚ କରାଇବା , ଯାହା ଦ୍ଵାରା ଯେକୌଣସି ସମସ୍ୟାର ଯଥାଶୀଘ୍ର ଚିକିତ୍ସା କରାଯାଇପାରିବ । ଯଦି ଆପଣ କୁତ୍ରିମ ଦାନ୍ତ ବ୍ୟବହାର କରନ୍ତି, ତେବେ ସେଗୁଡ଼ିକୁ ପ୍ରତିଦିନ ସଫା କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେପରି ସେଗୁଡ଼ିକ ଠିକ୍ ଭାବରେ ଫିଟ୍ ହୋଇ ରହିଥିବ । ଆପଣଙ୍କ ପାଟିରେ ଯେକୌଣସି ପ୍ରକାରର ସଂକ୍ରମଣକୁ ରୋକିବା ପାଇଁ ଆପଣଙ୍କ ଦାନ୍ତର ସଠିକ୍ ଯତ୍ନ ଗୁରୁତ୍ୱପୂର୍ଣ୍ଣ । ବୟସ ବଢ଼ିବା ସହିତ ମୁଖ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ନିୟମିତ ଯତ୍ନ ଓ ଅନୁଶାସନ ଦ୍ୱାରା ଦାନ୍ତ ଓ ମାଢ଼ିର ସ୍ୱାସ୍ଥ୍ୟକୁ ଦୀର୍ଘ ସମୟ ଧରି ସୁସ୍ଥ ରଖାଯାଇପାରିବ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026 Silver Gandhi demands regularisation of Contractual Teachers - Submitted Memorandum to CM by Proprietor Abhimanyu Maharana October 7, 2026 ମାଫିଆ ଓ ସିଣ୍ଡିକେଟଙ୍କ ସଲା ସୁତୁରାରେ ବେଧଡକ ଗୋଚାଲାଣ : କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସର ହାତ ଥରୁଛି by Proprietor Abhimanyu Maharana October 7, 2026