Home ଓଡ଼ିଶା ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ସାମ୍ବାଦିକ ସମ୍ମିଳନୀ ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଗତ ଏକ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଗଣ ଦୁଷ୍କର୍ମ, ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ନାବାଳିକା କୁ ଦୁଷ୍କର୍ମ ଘଟଣା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ସୂଚିତ କରିଛି। ଅନୁରୂପ ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ ମଦ କାରବାର,ବାଲି ଉତ୍ତୋଳନ, ବିସ୍ପୋରକ ଦ୍ରବ୍ୟର ଅବାଧ ବ୍ୟବସାୟ, ଦୁର୍ବୃତ୍ତଙ୍କ ଗୁଳି ଓ ବୋମା ମାଡ଼ କରି ହତ୍ୟା ଉଦ୍ୟମ ଭଳି ସମ୍ବେଦନଶୀଳ ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପ୍ରସଙ୍ଗକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ ଉଦବେଗ ପ୍ରକାଶ କରି ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । ଏଥି ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ହିଞ୍ଜିଳିକାଟୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପାଢ଼ୀ ଖଲିଙ୍ଗିରେ ୫ବର୍ଷର ଝିଅକୁ ବଳତ୍କାର ଓ ହତ୍ୟା, ଗୋପାଳପୁର ବେଳାଭୂମିରେ ଗଣ ଦୁଷ୍କର୍ମ, ମାର୍କଣ୍ଡିରେ ୨ନାବାଳିକାଙ୍କୁ ଦୁଷ୍କର୍ମ, କରାପଲ୍ଲିରେ ଛାତ୍ରୀଙ୍କୁ ହତ୍ୟା ଏଵଂ ଜିଲ୍ଲାରେ ବେଆଇନ ମାଉଜର କାରବାର, ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବେଆଇନ ମଦ କାରବାର,ବେଆଇନ ବାଲି ଉତ୍ତୋଳନ ଓ ଜିଲ୍ଲାରେ ୨ ଜଣ ବ୍ୟକ୍ତିଙ୍କୁ ନାଇଟ୍ରେଟ ମିଶ୍ରଣ ଦ୍ରବ୍ୟ ବିକ୍ରି ପାଇଁ ଅନୁମତି ମିଳିଥିବବେଳେ ଅନୁମତି ମିଳି ନ ଥିବା ଲିଜଧାରୀଙ୍କୁ ବିସ୍ଫୋରକ ଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି। ଏଭଳି ବେଆଇନ କାରବାର ନେଇ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବିଧାୟକ ପ୍ରାର୍ଥୀ ପାଢ଼ୀ ଅଭିଯୋଗ କରିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ବହୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଦୁର୍ବୃତ୍ତ ମାନେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି ଓ ବୋମା ମାଡ଼ ହେବା ଘଟଣାରେ ସେ ଉଦବେଗ ପ୍ରକାଶ କରିଛନ୍ତି। ଅପରାଧୀଙ୍କ ଉପରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଆଶିଷ କୁମାର ପାଢୀ, ରବିନ୍ଦ୍ର ବୈଠାରୁ ଓ ଭୋବିନି ନାହାକ ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026