କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ପେନସନ ଅଭିବୃଦ୍ଧି ବନ୍ଦ କରିବାକୁ ସଂଶୋଧିତ ନିୟମର ପ୍ରତ୍ୟାହାର ଓ ୮ମ ବେତନ କମିଶନ ବିଧିବଦ୍ଧ ଭାବେ ବସାଇ ଟର୍ମ ଏଣ୍ଡ ରେଫେରେନ୍ସ ଘୋଷଣା କରିବା ଦାବିରେ କଟକ ଜିପିଓ ଠାରେ ସର୍ବଭାରତୀୟ ସିଭିଲ ପେନସନର ଫୋରମ ଆହ୍ବାନରେ ସଙ୍ଗଠିତ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଠ କର୍ମଚାରୀ ନେତା ତଥା ସିଭିଲ ପେନସନର ଫୋରମର ରାଜ୍ୟ ଆବାହକ ରବିନ୍ଦ୍ର ନାଥ ଧଳ ସଭାପତିତ୍ୱ କରିଥିଲେ ।
କେନ୍ଦ୍ର ସରକାରଙ୍କ ଏହି ପେନସନର ମାରଣ ନୀତିକୁ ବ୍ୟାପକ ଜନଆନ୍ଦୋଳନ ମଧ୍ୟଦେଇ କେନ୍ଦ୍ର ସରକାରଙ୍କୁ ଉଚିତ ଜବାବ ଦେବାକୁ କଟକ ଜିଲ୍ଲା ସି ଆଇ ଟି ୟୁ ର ସଭାପତି ବିଶିଷ୍ଠ ଶ୍ରମିକ ନେତା ରବିନାରାୟଣ ମଲ୍ଲିକ, ଜୀବନବୀମା ପେନସନର ସଙ୍ଘର ସାଧାରଣ ସମ୍ପାଦକ ମାନଗୋବିନ୍ଦ ବାରିକ, ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ଦାସ, କେନ୍ଦ୍ର ସରକାରୀ ପେନସନର ସଂଘ ପକ୍ଷରୁ ଵିଷ୍ଣୁ ଚରଣ ଦାସଙ୍କ ସହିତ ପ୍ରଫୁଲ୍ଲ କୁମାର ମହାପାତ୍ର,