Home ଓଡ଼ିଶା ଗୋପରେ ନିଃସ୍ଵାର୍ଥ ପରିବାର ପକ୍ଷରୁ ମେଗା ବୃକ୍ଷ ରୋପଣ : କୁଶଭଦ୍ରା ନଦୀ ବନ୍ଧ ରେ 56 ଟି ବଉଳ ଗଛ ଲାଗିଲା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ସମଗ୍ର ଭାରତବର୍ଷ ମା ପାଇଁ ଗଛ ଟିଏ ଅଭିଯାନ ରେ ସାମିଲ ହେଲେ ଶତାଧିକ ସ୍ୱେଚ୍ଛାସେବୀ l ପୁରୀ ଜିଲ୍ଲାର ଗୋପ ବ୍ଲକ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ (ନିଃସ୍ଵାର୍ଥ ପରିବାର )ସଦସ୍ୟମାନେ ରବିବାର ସକାଳୁ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁନେଇଥିଲେ l ବିଗତ 11 ବର୍ଷ ମଧ୍ୟରେ ଏହା ହେଉଛି 28ତମ ମେଗା ବୃକ୍ଷ୍ୟରୋପଣ କାର୍ଯ୍ୟକ୍ରମ l ବୃକ୍ଷ ରୋପଣ ପୂର୍ବରୁ ତାର ସୁରକ୍ଷା କବଚକୁ ଗୁରୁତ୍ୱ ଦିଅନ୍ତି। ତାପରେ ସଦସ୍ୟ ସଦସ୍ୟା ଙ୍କ ଦ୍ଵାରା ଗୋପ ଓ ଏହାର ଆଖପାଖ ଅଞ୍ଚଳ ହାଜର ହାଜର ସଂଖ୍ୟାରେ ବୃକ୍ଷ ରୋପଣ କରିସାରିଲେଣି l ବିନା ସରକାରୀ ସହାୟତା ରେ ନିରବଛିନ୍ନ ଭାବେ ପରିବେଶ ସ୍ୱଛତା, ବୃକ୍ଷ ରୋପଣ, ଅନେକ ଜନହିତକର କାର୍ଯ୍ୟକ୍ରମ କ୍ରମାଗତ ଭାବେ କରୁଛନ୍ତି l ଆଜିର କାର୍ଯ୍ୟକ୍ରମ ଗୋପ କଲେଜର ଅବସରପ୍ରାପ୍ତ ଅଧକ୍ଷ୍ୟ ତଥା ସଂଗଠନର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ଖଟୋଇ, ବରିଷ୍ଠ ଶିକ୍ଷାବିତ୍ ସମେନ୍ଦ୍ର କୁମାର ସିଂ, ପରିବାର ର ସଭାପତି ରତ୍ନାକର ସେଠି, ବରିଷ୍ଠ ସମାଜପ୍ରେମୀ ତାପସ କୁମାର ସାହୁ, ସକ୍ରିୟ ସଦସ୍ୟ ରତ୍ନାକର ବେହେରା ପ୍ରଭୁତି ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଟି ସୁଚାରୁରୂପେ ସମ୍ପାଦନା ହୋଇଥିଲା l ଗୋପ ର ଶ୍ରୀ ଶ୍ରୀ ଅଖଣ୍ଡଳେଶ୍ୱର ମନ୍ଦିର ସାମ୍ନା ମୁଖ୍ୟରାସ୍ତାର ନଦୀ ବନ୍ଧ ପାର୍ଶ୍ୱରୁ ଗୋପ ଡାକବଙ୍ଗଳା ପର୍ଯ୍ୟନ୍ତ ପ୍ରାୟ 56ଗୋଟି ବଉଳ ଚାରା ରୋପଣ କରିବା ସହିତ ଏହାକୁ ସୁରକ୍ଷିତ କରିଥିଲେ. ଗତ 11 ବର୍ଷ ମଧ୍ୟରେ ଏହା 28ତମ ମେଗା ବୃକ୍ଷ୍ୟରୋପଣ କାର୍ଯ୍ୟକ୍ରମ ର ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026 ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ by Proprietor Abhimanyu Maharana August 4, 2026 କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ by Proprietor Abhimanyu Maharana August 4, 2026 ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ by Proprietor Abhimanyu Maharana August 4, 2026 ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 4, 2026 ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ by Proprietor Abhimanyu Maharana August 4, 2026