Home ଓଡ଼ିଶା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସାମୁହିକ ମାତୃ ସମ୍ମିଳନୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ “ସାମୁହିକ ମାତୃ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟି ର ସଭାପତି ସୁଧାଂଶୁ ମୋହନ ପତି ଓ ସମ୍ପାଦକ ତୀର୍ଥବାସୀ ଘଡେଇ ଉପସ୍ଥିତି ରହି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ଉପସ୍ଥିତ ଅତିଥି ମାନଙ୍କ ର ପରିଚୟ ପ୍ରଦାନ ପୂର୍ବକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟା ମନ୍ଦିର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ମମତା ମହାରଣା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ ସମ୍ମିଳନୀରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଉତ୍ତୋରତର ଉନ୍ନତିରେ ମାଆ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ତଥା ଶିଶୁ ର ସର୍ବାଙ୍ଗୀନ ବିକାଶରେ ମାଆ ର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନ ଆଚାର୍ଯ୍ୟ କହିଥିଲେ । ଶିଶୁ ବିଦ୍ୟାମନ୍ଦିର ର ବ୍ୟବସ୍ଥାରେ ମାତୃ ଶକ୍ତିର ସହଭାଗିତା ସମ୍ବନ୍ଧରେ ସମ୍ପାଦକ ତୀର୍ଥବାସୀ ଘଡେଇ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଏଥି ସହିତ ନିଜ ନିଜ ଘରେ ଶିଶୁମନ୍ଦିର ଆଚାର ପଦ୍ଧତି ର ପାଳନ କରିବାକୁ ଅନୁରୋଧ କରିଥିଲେ । ଏତଦ୍ ବ୍ୟତୀତ ନାଗରିକର କର୍ତ୍ତବ୍ୟ, କୁଟୁମ୍ବ ପ୍ରବୋଧନ, ସଂଘର ଶତବାର୍ଷିକୀ ପାଳନ ଓ ପଞ୍ଚ ପରିବର୍ତ୍ତନ ସମ୍ବନ୍ଧରେ ଅନେକ ଆକର୍ଷକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟକୁ ସାମାଜିକ ଚେତନାର କେନ୍ଦ୍ର ଭାବେ ନିର୍ମାଣ କରିବା ଉଦ୍ଦେଶ୍ୟରେ ମାଆ ମାନଙ୍କୁ ନେଇ “ମାତୃ ଭାରତୀ “ ଗଠନ କରାଯାଇଥିଲା ଓ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରିବା ସହିତ ଶାନ୍ତି ମନ୍ତ୍ର ଓ ବନ୍ଦେ ମାତରଂ କରି ସମସ୍ତେ ନିଜନିଜ ଗୃହକୁ ପ୍ରସ୍ଥାନ କରିଥିଲେ l ଏହି ସମ୍ମିଳନୀ ରେ ପ୍ରାୟ ୨୦୦ରୁ ଉର୍ଦ୍ଧ ମା’ ମାନେ ଉପସ୍ଥିତ ଥିଲେ l Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା by Proprietor Abhimanyu Maharana September 23, 2026 ୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ by Proprietor Abhimanyu Maharana September 23, 2026 ମାତ୍ରାଧିକ ପାଗ ପରିବେଶ ପୂର୍ବତଟରେ ପରିବ୍ୟାପ୍ତ ରହୁଥିବାରୁ ଭାରତର ସର୍ବାଧିକ ମରୁଡି ପ୍ରବଣ ଅଞ୍ଚଳ ଭାବରେ ଉଚ୍ଚାରିତ ନାମ ମଧ୍ୟରେ ଓଡ଼ିଶା ରହିଛି : ୫୨ ବର୍ଷର ଅଧ୍ୟୟନ by Proprietor Abhimanyu Maharana September 23, 2026 Odisha named among India’s most pronounced drought hotspots as extremes spread along the eastern coast: 52-year study by Proprietor Abhimanyu Maharana September 23, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ by Proprietor Abhimanyu Maharana September 23, 2026 ପୁରୀ ଆଇନ ସଚେତନତା ଶିବିର by Proprietor Abhimanyu Maharana September 23, 2026