ହିଞ୍ଜିଳିରେ କରୋନା ବିରୋଧୀ ଲଢେଇରେ ବେଶ ସଫଳ ମୁଖ୍ୟମନ୍ତ୍ରୀଙ୍କ ‘ଗୋଷ୍ଠୀ ସହଭାଗିତା’ ମଡ଼େଲ

ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର)  ହିଞ୍ଜିଳିକାଟୁ :ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ସମସ୍ତ ଦେଶ ଏହା ବିରୋଧରେ ଲଢେଇ ଜିତିବାକୁ ଜାରି ରଖିଛନ୍ତି ପ୍ରୟାସ । ତେବେ କରୋନା ବିରୋଧୀ ଲଢେଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଶାରେ ଆରମ୍ଭ କରିଥିବା ଗୋଷ୍ଠୀ କୈନ୍ଦ୍ରିକ ଆଭିମୁଖ୍ୟ ବର୍ତମାନ ସମସ୍ତ ରାଜ୍ୟ ଓ ଦେଶ ପାଇଁ ଉଦାହରଣ ସାଜିଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଅତି ସଫଳ ଋଣନୀତି ପାଇଁ ସାରା ବିଶ୍ୱରେ ସ୍ୱୀକୃତ ଓ ପ୍ରଂଶସିତ ହୋଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତମାନ କରୋନା ମାହାମାରୀର ମୁକାବିଲା ଦିଗରେ ବି ନିଜର ଦୂର ଦୃଷ୍ଟି ସମ୍ପର୍ଣ୍ଣ ବଳିଷ୍ଟ ନେତୃତ୍ୱର ପରିଚୟ ଦେଇଛନ୍ତି । କରୋନା ବିରୋଧୀ ଲଢେଇରେ ଗୋଷ୍ଠୀ ସହଭାଗିତା ନିର୍ଣ୍ଣାୟକ ଭୂମିକା ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ ଶୟୀ ପଟ୍ଟନାୟକଙ୍କ ଋଣନୀତି ସାବ୍ୟସ୍ତ କରିପାରିଛି ।

କରୋନା ମହାମାରୀ ରାଜ୍ୟରେ କାୟା ବିସ୍ତାର କରିବାକୁ ଆରମ୍ଭ କଲାବେଳେ ତୃଣମୂଳ ସ୍ତରରେ ହିଁ ଏହାର ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏଥି ସକାଶେ ପଂଚାୟତକୁ ଦିଆଯାଇଥିଲା କିଛି ଅତ୍ୟାବଶ୍ୟକ ବିଶେଷ କ୍ଷମତା । ମହାମାରୀ ବିରୋଧରେ ଲଢେଇ ପାଇଁ ଗୋଷ୍ଠୀ ସହଭାଗିତା ଉପରେ ଫୋକସ ରଖାଯାଇ ପଂଚାୟତକୁ କ୍ଷମତା ଦେବା ପାଇଁ ନିଷ୍ପତି ନିଆଯାଇଥିଲା । ୬ ମାସର ଉଦ୍ୟମ ପରେ ପରିଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଗୋଷ୍ଠୀ ସହଭାଗିତା’ ମଡ଼େଲ ବେଶ ସଫଳ ହୋଇପାରିଛି । କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାରେ ସଫଳ ହୋଇଛି ଏହି ମଡ଼େଲ । ଗଞ୍ଜାମ ଜିଲ୍ଲା ଓ ହିଞ୍ଜିଳିକାଟୁ ବ୍ଳକ ଏହାର ଜ୍ଜଳନ୍ତ ଉଦାହରଣ । ରାଜ୍ୟର ଅନ୍ୟ ସମସ୍ତ ଅଂଚଳ ପାଇଁ ରୋଲ ମଡ଼େଲ ପାଲଟିଛି ହିଞ୍ଜିଳିକାଟୁ ବ୍ଳକ । ସରଂପଚ, ସ୍ଥାନୀୟ ପ୍ରତିନିଧି, ଆଶା, ଅଙ୍ଗନୱାଡ଼ି କର୍ମୀ, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ହିଞ୍ଜିଳି ବ୍ଳକରେ କୋଭିଡ଼-୧୯ ସଙ୍କଟରେ ସଫଳ ତଥା ପ୍ରଭାବଶାଳୀ ମୁକାବିଲା କ୍ଷେତ୍ରରେ ସକ୍ରିୟ ଭୁମିକା ଗ୍ରହଣ କରିଛି । ଗୋଷ୍ଠୀ ସହଭାଗିତା ଯୋଗୁଁ ହିଞ୍ଜିଳି ବ୍ଳକରେ କରୋନା ମୁକାବିଲା ପାଇଁ ଅସ୍ଥାୟୀ ମେଡ଼ିକାଲ, କ୍ୟାମ୍ପ, କଂଟେନମେଂଟ ଜୋନ ସ୍ଥାପନ, ଲକଡ଼ାଉନ କଟକଣାର କାର୍ଯ୍ୟକାରିତା ୩ଟି ସଚେତନା କାର୍ଯ୍ୟକ୍ରମ ସହ ଅନାଥ ଓ ନିସ୍ପେସିତଙ୍କ ସହାୟତା ସମ୍ଭବ ହୋଇ ପାରିଥିଲା । ବେଶ ସୁଚାରୁରୂପେ ହୋଇପାରିଛି କୋଭିଡ଼-୧୯ ପରିଚାଳନା । ଫଳସ୍ୱରୁପ ହିଞ୍ଜିଳି ବ୍‌ଳକରେ ରେଡ଼ଜୋନରେ ରହିଥିବା ଗ୍ରାମ ସଂଖ୍ୟା ୫୬ରୁ ବର୍ତମାନ ୧୦କୁ ଖସିଆସିଛି । ସ୍ଥାନୀୟ ବ୍ଳକର ୨୧ଟି ଗ୍ରାମ ପଂଚାୟତ ମଧ୍ୟରୁ ୧୪ଟି ଗ୍ରାମ ପଂଚାୟତ ବର୍ତମାନ ସମ୍ପୁର୍ଣ୍ଣ ମୁକ୍ତ ହୋଇପାରିଛି ।

ସେପ୍ଟମ୍ବର ୬ ତାରିଖ ସୁଦ୍ଧା ହିଞ୍ଜିଳି ବ୍ଳକରେ ସଂକ୍ରମିତ ସକ୍ରିୟ ମାମଲା ଥିଲା ମାତ୍ର ୬ । ୪୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ପେରିଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ଗୋଷ୍ଠୀ ସହଭାଗିତା ଦ୍ୱାରା ୩ଟି ରଣନୀତି ସଫଳ କାର୍ଯ୍ୟକାରିତା ଓ ଲକଡ଼ାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଥିବାରୁ ହିଞ୍ଜିଳିରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ବ୍ଳକ ସମେତ ସାରା ଗଞ୍ଜାମ ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ କୋଭିଡ଼-୧୯ ଟେଷ୍ଟିଂ ବ୍ୟବସ୍ଥା ବୃଦ୍ଧିସ କରାଯାଇଛି । ଜୁଲାଇ ୂ୨୩ରୁ ସେପ୍ଟମ୍ବର ୬ ତାରିଖ ମଧ୍ୟରେ ହିଞ୍ଜିଳିକାଟୁ ବ୍ଳକରେ ଟେଷ୍ଟିଂ ହାର ୧୦ ଗୁଣା ହୋଇପାରିଛି । ଜୁଲାଇ ୨୩ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକରେ କୋଭିଡ଼-୧୯ ଟେଷ୍ଠିଂ ୧୧୬୯ ରହିଥିତବା ବେଳେ ସେପ୍ଟମ୍ବର ୬ ତାରିଖ ମଧ୍ୟରେ ଏହା ଉଲ୍ଲେଖନୀୟ ଭାବେ ବୃଦ୍ଧ ପାଇ ୧୨ ହଜାର ୬୭୪ରେ ପଂହଚିଛି । ସେହି ସମୟ ମଧ୍ୟରେ ଛତ୍ରପୁର ସବଡ଼ିଭିଜନରେ ଟେଷ୍ଟିଂ ସଂଖ୍ୟା ୧୧ ହଜାର୨୬୦ରୁ ୧ଲକ୍ଷ ୧୦ହଜାର ୨୧କୁ ବୃଦ୍ଧି ପାଇଥିଲା । ଗଞ୍ଜାମରେ ଟେଷ୍ଠିଂ ସଂଖ୍ୟା ୩ଲକ୍ଷରୁ ଉର୍ଦ୍ଧ୍ୱ ଅତିକ୍ରମ କରିଛି । ପ୍ରଥମେ ପ୍ରଥମେ ଲୋକେ ଟେଷ୍ଟିଂ କରାଇବା ପାଇଁ କୁଣ୍ଠିତ ହେଉଥିଲେ ମାତ୍ର ଆଇଇସି କାର୍ଯ୍ୟକ୍ରମ ଜରିଆରେ ବ୍ୟପକ ସଚେତନତା ଅଭିଯାନ ଅଧିକରୁ ଅଧିକ ଲ୍ୟାବ୍ ଟେକ୍ନିସିଆନଙ୍କ ମୃତୟନ ଓ ଗାଁ ସ୍ତରରେ ସ୍ୱାବ ସଂଗ୍ରହ ଶିବିର ଆୟୋଜନ ଫଳରେ ଅଧିକରୁ ଅଧିକ ଲୋକ କରୋନା ଟେଷ୍ଟିଂ ପାଇଁ ଆଗେଇ ଆସିଥିଲେ ବୋଲି ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି । ଲକ୍ଷଣଯୁକ୍ତ ଲୋକଙ୍କୁ ପ୍ରଧାନ୍ୟ ଦିଆଯାଇ ବ୍ୟବାପକ ସଂଖ୍ୟାରେ ଟେଷ୍ଟିଂ କରାଯାଇଥିବାରୁ କୋଭିଡ଼ ସଂକ୍ରମଣ ଶୃଙ୍ଖଳାକୁ ପ୍ରଭାବିତ ଢଙ୍ଗରେ ଭଙ୍ଗାଯାଇଥିବା ନେଇ ହିଞ୍ଜିଳିକାଟୁ ବିଡ଼ିଓ ପାତ୍ର କହିଛନ୍ତି । ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇ. ସିଦ୍ଧାର୍ଥ ଶେଖର ସ୍ୱାଇଁ ଅନୁରୂପ କଥା କହିଛନ୍ତି । ଟେଷ୍ଟ ଆଇସୋଲେଟ କିଟ୍ ଭଳି ମେକାନିଜିମ ଆପଣାଇ ହିଞ୍ଜିଳିକାଟୁ ବ୍ଳକରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି ବୋଲି ସେ କହିଛନ୍ତି । ରେଡ଼ ଜୋନରେ ଅଧିକରୁ ଅଧିକ ଟେଷ୍ଟିଂ ଓ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପଜିଟିଭ ହାର ୫.୭୪ % କୁ ଖସିଆସିଛି ବୋଲି କହିଛନ୍ତି ।

ସାମାଜିକ ଦୂରତ୍ୱ ରକ୍ଷା ନିୟମ କଡ଼ା କାର୍ଯ୍ୟକାରିତା, ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା, କଠୋର କଂଟେନମେଂଟ ନିତି, କୋଭିଡ଼ ମନିଟରିଂ ଓ କେୟାର କମିଟି ସହ ଗୋଷ୍ଠୀ ଅଂଶଗ୍ରହଣ ଯୋଗୁଁ ସମ୍ପୁର୍ଣ୍ଣ ଗଞ୍ଜାମ ଜିଲ୍ଲାରେ କୋଭିଡ଼-୧୯ ସ୍ଥିତି ନିୟନ୍ତ୍ରଣାଧିନ ହୋଇପାରିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ସରପଂଚ ମାନଙ୍କୁ ଜିଲ୍ଳାପାଳ କ୍ଷମତା ପ୍ରଦାନ ଭଳି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପକୁ କରୋନା ବିରୋଧୀ ଲଢେଇରେ ବିଶେଷ ସଫଳ ରହିଛି । ଏହା ଦ୍ୱାରା ଗୋଷ୍ଠୀ ସହଭାଗିତା ହୋଇପାରିଲା ବୋଲି ଶାସନଆମ୍ବଗାଁ ଗ୍ରାମ ପଂଚାୟତର ସରପଂଚ ସଙ୍ଗୀତା ସାହୁ କହିଛନ୍ତି । କରୋନା ବିରୋଧୀ ଲଢେଇରେ ଗୋଷ୍ଠୀ ସହଭାଗିତା ଧ୍ୟାନ ଦେଇଥିବାରୁ ହିଞ୍ଜିଳି ବ୍ଳକ ଖରିଡ଼ା ଗାଁର ସ୍ୱରାଜ୍ୟ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କରୋନାରୁ ସୁସ୍ଥ େ;ହାଇଥିବା ସ୍ୱରାଜ୍ୟ କହିଛନ୍ତି, କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ବେଶ ସଫଳ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କରୋନା ବିରୋଧୀ ଲଢେଇ ହେଉଛି ସଢେ ୪କୋଟି ପରିବାର ସଦସ୍ୟଙ୍କ ମଙ୍ଗଳ ପାଇଁ ଲଢେଇ । ସମସ୍ତଙ୍କୁ ସାଥିରେ ନେଇ ନବୀନ ପ୍ରମାଣ କରିଛନ୍ତି ଯେ, ଯଦି ଲୋକଙ୍କ ଆସ୍ଥା ତୁମ ଉପରେ ରହିଛି ହେଲେ କିଛି ଅସମ୍ଭବ ନୁହେଁ । ( ରିପୋର୍ଟ -ଶେଷଦେବ ସାହୁ )

Exit mobile version